ବାତ୍ୟା ଦାନା ତାହାର କରାଳ ରୂପ ଦେଖାଇ ସାରିଛି, ଆଞ୍ଚଳିକ ପାଣି ପାଗ ଆକଳନ ଅନୁଯାଇ ବାତ୍ୟା ଦାନା ଭିତରକନିକା ଠାରୁ ଧାମରା ମଧ୍ୟରେ ଲ୍ୟାଣ୍ଡ ଫଲ କରିବାର ସୂଚନା ଦେଇଥିଲା ଯାହା ସତ ହେବାକୁ ଯାଉଛି,ବାତ୍ୟା ଦାନା ପାଇଁ ରାଜନଗର ପେଣ୍ଠ ସମୁଦ୍ର ଆସାନ୍ତ ରୂପ ନେଇଛି ଯାହା ସମୁଦ୍ର ପାଖିଆ ପେଣ୍ଠ ଗାଁ ପ୍ରତି ବିପଦ ସୃଷ୍ଟି କରିଛି। ଆଞ୍ଚଳିକ ପାଣିପାଗ ଅନୁମାନ କରିଥିଲା ବାତ୍ୟା ଦାନା ଆସନ୍ତା ୨୪ ତାରିଖ ଦିନ ବିଶାଳ ରୂପ ନେବ କିନ୍ତୁ ତାହା ଆଜି ଠାରୁ ଆରମ୍ଭ ହୋଇସାରିଛି, ପବନର ବେଗ ଅଧିକ ନଥିଲେ ମଧ୍ୟ ବର୍ଷା ସ୍ୱାଭାବିକ ରହିଛି କିନ୍ତୁ ଏହା ଆସନ୍ତା କାଲିକୁ ବୃଦ୍ଧି ହେବାର ସୂଚନା ମିଳି ସାରିଛି, ତେଣୁ ସରକାର ଏନେଇ ପୁରା ସଜାଗ ରହିଛି ସମୁଦ୍ର ପାଖିଆ ଗାଁ ଯଥା ରାଜନଗର ର -ପେଣ୍ଠ, ରାଜକନିକା ର ଉପଳେଇ ଓ ଜୟନଗର ଗାଁରେ ଲୋକ ମାନଙ୍କୁ ବାତ୍ୟା ଆଶ୍ରୟ ସ୍ଥଳକୁ ଯିବା ପାଇଁ ସରକାର ନିର୍ଦେଶ ଦେଇଛନ୍ତି ଏବଂ ସେମାନଙ୍କ ପାଇଁ ରନ୍ଧା ଖାଦ୍ୟ ପ୍ରସ୍ତୁତ ମଧ୍ୟ କରିଛନ୍ତି |