ଗ୍ରାହକ ମାନଙ୍କୁ ସେବା ଯୋଗାଇ ଦେବାକୁ ଲକ୍ଷ ରଖି କାନାରା ବ୍ୟାଙ୍କ ପକ୍ଷରୁ ଚାନ୍ଦବାଲି କାଳୀ ମନ୍ଦିର ପାଖରେ ନୂତନ ଶାଖା ଉଦ୍ଘାଟନ ହୋଇଯାଇଛି। ତେବେ ଏହି ଉଦ୍ଘାଟନୀ ଉତ୍ସବରେ କାନାରା ବ୍ୟାଙ୍କ ର ଓଡ଼ିଶା ହେଡ୍ ଜେନେରାଲ ମ୍ୟାନେଜର ଜଗଦିଶ ଚନ୍ଦ୍ର ଯୋଗ ଦେଇ ଏହି ସାଖାକୁ ଉଦ୍ଘାଟନ କରିଥିଲେ। ଏଥିରେ ଭଦ୍ରକ ରିଜୋନାଲ ହେଡ୍, ଆସିସଷ୍ଟାଣ୍ଡ ଜେନେରାଲ ମ୍ୟାନେଜର ତଥା ସହାୟକ ମହାପ୍ରବନ୍ଧକ ଶ୍ରୀ ଭି ଆଗିଲାନ, ଏଲ ଡି ଏମ ଶ୍ରୀ ନାଗେଶ୍ଵର ରାଓ ଙ୍କ ସହ ଶତାଧିକ ଗ୍ରାହକ ଉପସ୍ଥିତ ରହିଥିଲେ । ତେବେ ଏହି ବ୍ୟାଙ୍କରେ ମୁଖ୍ୟତ କୃଷି ଋଣ, ସ୍ୱୟଂ ସହାୟକ ଗୋଷ୍ଠୀ ଋଣ, ସୁନା ଋଣ, ଗୃହ, ଶିକ୍ଷା , ଏମଏସ୍ଏମଇ ଋଣ ସହ ଗ୍ରାହକ ମାନଙ୍କୁ ଉନ୍ନତମାନର ସେବା ଯୋଗାଇ ଦେବାକୁ ବ୍ୟାଙ୍କ ଲକ୍ଷ୍ୟ ରଖିଛି ବୋଲି କହିଥିଲେ ଚାନ୍ଦବାଲି ଶାଖା ପ୍ରବନ୍ଧକ ସଞ୍ଜୀବ କୁମାର ନାୟକ। ତେବେ ଆଜିର ଏହି ଉଦଘାଟନୀ ଉତ୍ସବର ପ୍ରଥମ ଦୀନରେ ବ୍ୟାଙ୍କ ପକ୍ଷରୁ ଜଣେ ମହିଳାଙ୍କୁ ହୋମ୍ ଲୋନ୍ ମଧ୍ଯ ପ୍ରଦାନ କରାଯାଇଥିଲା ।