ପଞ୍ଚଭୂତ ରେ ବିଲିନ ହେଲେ ବରିଷ୍ଟ ନେତା ତଥା କେନ୍ଦ୍ରାପଡ଼ା ର ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡା. ନିଜ ଜନ୍ମ ମାଟି ଡେରାବିଶ ଖମଳ ପଞ୍ଚାୟତ ସଲାର ଗ୍ରାମ ସ୍ମଶାନ ରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା. ପୁଅ କଳିଙ୍ଗ କେଶରୀ ପରିଡା ଉତ୍କଳ କେଶରୀ ଙ୍କୁ ମୁଖାଗ୍ନି ଦେଇଥିଲେ. ଉତ୍କଳ କେଶରି ଙ୍କ ମର ଶରୀର ଡେରାବିଶ ଚାନ୍ଦୋଳ ରେ ପହଂଚିବା ପରେ ଶୋଭାଯାତ୍ରା କରାଯାଇ ଡେରାବିଶ ବ୍ଲକ ରେ ପରିଭ୍ରମଣ କରାଯାଇଥିଲା. ଡେରାବିଶ ବ୍ଲକ କାର୍ଯ୍ୟାଳୟ ରେ ମର ଶରୀର ପହଂଚିବା ପରେ ବ୍ଲକ ବିଡ଼ିଓ ଙ୍କ ସମେତ ଡେରାବିଶ ବ୍ଲକ ଅଧକ୍ଷl ପ୍ରଭାତି ପରିଡା , ଉପାଧକ୍ଷ ଦେବାଶିଷ ଆଚାର୍ଯ୍ୟ ବରିଷ୍ଟ ନେତା ସରୋଜକାନ୍ତ ସାହୁ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ. ସେହିଭଳି ତିନିମୁହାଣୀ ଛକ ରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ଉତ୍କଳ କେଶରୀ ଙ୍କୁ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜଣlଇଥିଲେ. ଶେଷରେ ନିଜ ବାସଭବନ ରେ ଉତ୍କଳ କେଶରୀ ଙ୍କ ମର ଶରୀର ପହଂଚିବା ପରେ ପରି…