ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ୍ ଅଧିନସ୍ଥ ଚଅଁରପଦା ପଞ୍ଚାୟତ ନିଆଁଗୋରଡ଼ା ଗ୍ରାମର ଝିଅ ପ୍ରୀଙ୍କିଲ୍ ପରବିନ ପରିଡ଼ା ହେଲେ ଓଏସ ଟପର। ସାରା ରାଜ୍ୟର ୫ଜଣ ଟପର ମଧ୍ୟରେ ପ୍ରିଙ୍କିଲ୍ ପରବିନ୍ ଦ୍ୱିତୀୟ ସ୍ଥାନ ଅଧିକାର କରି ସମଗ୍ର ରାଜ୍ୟ ସହିତ ନିମାପଡ଼ା ଅଞ୍ଚଳ ପାଇଁ ଆଣିଛନ୍ତି ଗର୍ବ ଆଉ ଗୌରବ।ବାପା ମନୋରଞ୍ଜନ ପରିଡ଼ା ଜଣେ ଚାଷୀ ହୋଇଥିବା ବେଳେ ମା ସଲିଳା ପରିଡ଼ା ଗୃହୀଣି।ଘର କାମ ଦେଖିବା ସହିତ ମନୋରଞ୍ଜନଙ୍କୁ ଚାଷ କାମରେ ମଧ୍ୟ ସହଯୋଗ କରନ୍ତି।ଝିଅର ସଫଳତା ପାଇଁ ବାପା,ମା ଦୁଇଜଣ ଅନେକ ଖୁସି ହୋଇଥିବା ବେଳେ ଆଖ ପାଖ ଅଞ୍ଚଳରୁ ପ୍ରୀଙ୍କିଲଙ୍କ ପାଇଁ ଛୁଟୁଛି ଶୁଭେଚ୍ଛାର ସୁଅ।ନିଜର ସଫଳତା ପାଇଁ ପ୍ରୀଙ୍କିଲ୍ ନିଜ ପରିବାର ସହିତ ଶିକ୍ଷକ,ଶିକ୍ଷୟିତ୍ରୀଙ୍କୁ ଶ୍ରେୟ ପ୍ରଦାନ କରିଛନ୍ତି।