SunstarTV
ଆସନ୍ତା ୨୩ ତାରିଖରୁ ୩ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସୁଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଓଡ଼ିଶା ପୁଲିସ ପକ୍ଷରୁ ପ୍ରସ୍ତୁତି ଜୋରଦାର କରିବା ସହ ସୁରକ୍ଷାକୁ ସୁନିଶ୍ଚିତ କରାଯିବ। ଯାହା ସୂଚନା ରହିଛି ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ଥିବାରୁ ସୁରକ୍ଷା ଦାୟିତ୍ୱରେ ୧୧୦ ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜିତ କରାଯିବ।
ଏଥିସହ ୫୦୦ ବରିଷ୍ଠ ପୁଲିସ ଅଧିକାରୀ, ଓଡ୍ରାଫ ଟିମ୍, ସ୍ପେଶାଲ ଟ୍ରାକ୍ଟିକାଲ ୟୁନିଟ୍ ମଧ୍ୟ ମୁତୟନ କରାଯିବ। ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବାକୁ ୩ ଜଣ ଏଡିଜି ପାହ୍ୟାର ଅଧିକାରୀଙ୍କୁ ନିୟୋଜିତ କରାଯିବ। ଅନୁରୂପ ଭାବେ ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାକୁ ପୁଲିସ ବ୍ୟାପକ କରିଛି। ରାଜଧାନୀରେ ୪୦ ପ୍ଲାଟୁନ ପୁଲିସ ଫୋର୍ସ ସହ କାର୍ଯ୍ୟସୂଚୀର ପ୍ରତିସ୍ଥାନରେ ବରିଷ୍ଠ ଅଧିକାରୀଙ୍କୁ ନିୟୋଜିତ କରାଯିବ। ଏହି ସମୀକ୍ଷା ବୈଠକରେ ଆଇନଶୃଙ୍ଖଳା ଏଡିଜି ସଞ୍ଜୟ କୁମାର, କୋଷ୍ଟଗାର୍ଡ ଏଡିଜି ଅରୁଣ ବୋଥ୍ରା, ଏଡିଜି ଆଧୁନୀକରଣ ସୌମେନ୍ଦ୍ର ପ୍ରିୟଦର୍ଶୀ, ପୁଲିସ କମିସନର ଦେବଦତ୍ତ ସିଂ, ଅତିରିକ୍ତ ପୁଲିସ କମିସନର ଉମାଶଙ୍କର ଦାଶ, ଡିସିପି ପିନାକ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ, ଗତ ୨୩ ତାରିଖରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଓ ବାଙ୍ଗିରିପୋଷିରେ ରାଷ୍ଟ୍ରପତିଙ୍କ ଏକାଧିକ କାର୍ଯ୍ୟକ୍ରମ ରହିଛି। ପରଦିନ ପୁରୀକୁ ଯାଇ ମହାପ୍ରଭୁ ଜଗନ୍ନାଥ ଦର୍ଶନ କରିବେ ମହାମହିମ। ୨୫ ତାରିଖରେ ଭୁବନେଶ୍ୱର ୩ଟି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟସୂଚୀରେ ରହିଛି।