ମହିଳା, ଚାଷୀ , ଛାତ୍ର, ବରିଷ୍ଠ , ଏଭଳି ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ସରକାର ଭିନ୍ନ ଭିନ୍ନ ଯୋଜନା ଚଳାଉଛନ୍ତି । ସେମାନଙ୍କୁ ଆର୍ଥିକ ରୂପରେ ସ୍ବାବଲମ୍ବୀ କରିବ ପାଇଁ ସହାୟତା ରାଶି ପ୍ରଦାନ କରୁଛନ୍ତି ସରକାର । ନିକଟରେ ପିଏମ ମୋଦି ଦେଶର ୯.୪ କୋଟି ଚାଷୀଙ୍କ ଆକାଉଣ୍ଟକୁ ୧୮ ତମ କିସ୍ତି ୨୦୦୦ ଟଙ୍କା ପଠାଇଛନ୍ତି। ବର୍ତ୍ତମାନ ଦେଶରେ ୨. ୫ କୋଟିରୁ ଅଧିକ ଚାଷୀ ଅଛନ୍ତି, ଯେଉଁମାନେ PM Kisan Nidhiର ୧୮ତମ କିସ୍ତି ଏପର୍ଯ୍ୟନ୍ତ ପାଇନାହାଁନ୍ତି । ଏବେ ସେମାନଙ୍କୁ ବର୍ତ୍ତମାନ ଦ୍ୱିଗୁଣିତ ଖୁସି ମିଳିବ । ଏହି ଯୋଜନାରେ ସ୍ୱଚ୍ଛତା ଆଣିବା ପାଇଁ କେନ୍ଦ୍ର ସରକାର ତିନୋଟି ନିୟମ ଲାଗୁ କରିଥିଲେ । ଯେଉଁଥିରେ ମୁଖ୍ୟତଃ eKYC ଯାଞ୍ଚ ଓ ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର ଲିଙ୍କ ସାମିଲ । କିନ୍ତୁ ବର୍ତ୍ତମାନ ଦେଶରେ ୨.୫ କୋଟି କୋଟିରୁ ଅଧିକ କୃଷକ ଅଛନ୍ତି। ସରକାର ଏଭଳି କୃଷକମାନଙ୍କୁ ତାଲିକାଭୁକ୍ତ କରିଛନ୍ତି ଯେଉଁମାନେ ଏପର୍ଯ୍ୟନ୍ତ ଏହି ତିନୋଟି କାର୍ଯ୍ୟ କରିନାହାଁନ୍ତି। ହିତାଧିକାରୀ ତାଲିକାରୁ ମଧ୍ୟ ବାଦ ଦିଆଯାଇଛି । ୧୭ ତମ କିସ୍ତି ସମୟରେ ୯.୨୬ କୋଟି ଚାଷୀଙ୍କୁ ଏହି ଯୋଜନାର ଲାଭ ଦିଆଯାଇଥିଲା ଏହି ସମୟରେ ଚାଷୀଙ୍କ ସଂଖ୍ୟା ୩୦ ଲକ୍ଷରୁ ଅଧିକ ହ୍ରାସ ପାଇଛି । ଏହି ଯୋଜନାର ଲାଭ କେବଳ ୯.୪ କୋଟି ଚାଷୀଙ୍କୁ ଦିଆଯାଇଥିଲା। ପ୍ରଧାନ ମନ୍ତ୍ରୀ କିସାନ ସମ୍ମାନ ଯୋଜନା ଅଧୀନରେ ସମୁଦାୟ ୧୨ କୋଟି କୃଷକ ପଞ୍ଜିକୃତ ହୋଇଛନ୍ତି। ମାତ୍ର ୧୮ ତମ କିସ୍ତି କେବଳ ୯.୪ କୋଟି ଚାଷୀଙ୍କ ଆକାଉଣ୍ଟରେ ପହଞ୍ଚିଛି। ସରକାର ଏହିପରି ସମସ୍ତ ଚାଷୀଙ୍କୁ ବଞ୍ଚିତ କରିଛନ୍ତି, ଯେଉଁମାନେ ତିନୋଟି କାର୍ଯ୍ୟ ସମାପ୍ତ କରିନାହାଁନ୍ତି । ସୂତ୍ର ଦାବି କରିଛି ଯେ ଯଦି ଯୋଗ୍ୟ କୃଷକମାନେ EKYC, ଭୁଲେକ ଯାଞ୍ଚ ଏବଂ ଆଧାରକୁ ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ କରନ୍ତି, ତେବେ ଏହିପରି ଚାଷୀଙ୍କୁ ୧୯ ତମ କିସ୍ତି ସହିତ ଦ୍ୱିଗୁଣ ଖୁସି ମିଳିବ । ଯେଉଁ କୃଷକମାନେ ୧୮ ତମ କିସ୍ତିର ଲାଭ ପାଇନାହାଁନ୍ତି । ଏହିପରି କୃଷକମାନେ ୧୮ତମ କିସ୍ତିରେ ୨ ହଜାର ଟଙ୍କା ସହିତ ୧୯ କିସ୍ତି ପାଇଁ ୨ ହଜାର ଟଙ୍କା ଓ କିସାନ ମାନଧନ ଯୋଜନା ଅଧୀନରେ ୧୯ ତମ କିସ୍ତି ପାଇଁ ୩ ହଜାର ଟଙ୍କା ପାଇବେ। ଏହାର ଅର୍ଥ ହେଉଛି ୨ ହଜାର + ୨ ହଜାର + ୩ହଜାର = ୭ ହଜାର ଟଙ୍କା କ୍ରେଡିଟ୍ ହେବ । ଯଦିଓ ସରକାରୀ ଭାବେ ସେପରି କୌଣସି ଘୋଷଣା କରିନାହାଁନ୍ତି। କିନ୍ତୁ ସୂତ୍ରରୁ ପ୍ରକାଶ ଯେ ଏଥର ଏହି ଯୋଜନା ଚାଲିଛି।