SunstarTV
ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଜାମିନ ମିଳିଛି। ମନି ଲଣ୍ଡରିଂ ମାମଲାରେ ଜେଲରେ ଥିବା ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଶୁକ୍ରବାର ରାତିରେ ତିହାର ଜେଲ ନମ୍ବର ୭ ରୁ ବାହାରଆସିଛନ୍ତି। ଏହି ମାମଲାରେ ରାଉସ୍ ଆଭେନ୍ୟୁ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ସତ୍ୟେନ୍ଦ୍ର ଜୈନ କୋର୍ଟରୁ ଜାମିନ ପାଇବା ମାତ୍ରେ ତାଙ୍କ ସମର୍ଥକମାନେ ତିହାର ଜେଲ ସମ୍ମୁଖରେ ଏକାଠି ହେଇଲେ।
ଦୀର୍ଘ ୨୮ ମାସ ହେଲା ସେ ଜେଲରେ ଥିଲେ। ତାଙ୍କୁ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଜୈନଙ୍କୁ ଦୀର୍ଘ ଦିନ ହେଲା ଜେଲରେ ଅଟକ ରଖାଯିବା ସମ୍ପର୍କରେ ଜାମିନ ପ୍ରଦାନ କରିବା ବେଳେ କୋର୍ଟ କହିଥିଲେ।
ଜୈନଙ୍କୁ ୨୦୨୨ ମସିହା ମେ’ ୩୦ ତାରିଖରେ ଇଡି ଜୈନଙ୍କୁ ଗିରଫ କରିଥିଲା। ତାଙ୍କ ସହ ଜଡ଼ିତ ୪ କମ୍ପାନୀ ଜରିଆରେ ସେ ବେଆଇନ ଭାବେ ଟଙ୍କା ହେରଫେର କରିଥିବା ଅଭିଯୋଗରେ ଇଡି ଏପରି ପଦକ୍ଷେପ ନେଇଥିଲା। ଗିରଫ ପରଠାରୁ ସତ୍ୟେନ୍ଦ୍ର ଜୈନ ବାରମ୍ବାର ଜାମିନ ଆବେନ କରୁଥିଲେ ହେଁ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା।
କୋର୍ଟ କାଲି ରାୟ ଦେବା ବେଳେ ବ୍ୟକ୍ତିଗତ ସ୍ୱତନ୍ତ୍ରତା ଉପରେ ଗୁରୁତ୍ୱ ଦେଇଛନ୍ତି। ବିଶେଷ କରି ପିଏମଏଲଏ ଭଳି କଠୋର ଆଇନ ସହ ଜଡ଼ିତ ମାମଲାରେ ଏହାକୁ ବେଶୀ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି।
କୋର୍ଟ ୫୦ ହଜାର ଟଙ୍କାର ବ୍ୟକ୍ତିଗତ ବଣ୍ଡ ବଳରେ ଜୈନଙ୍କୁ ଜାମିନ ଦେଇଛନ୍ତି। ଜାମିନରେ ଥିବା ବେଳେ ସେ ମାମଲା ସହ ଜଡ଼ିତ କୌଣସି ସାକ୍ଷୀ କିମ୍ବା ବ୍ୟକ୍ତିଙ୍କ ସହ ଯୋଗାଯୋଗ କରିବେ ନାହିଁ। ସେ କୌଣସି ବି ଉପାୟରେ ଟ୍ରାଏଲକୁ ପ୍ରଭାବିତ କରିବାକୁ ଚେଷ୍ଟା କରିବେ ନାହିଁ। କୋର୍ଟଙ୍କ ବିନା ଅନୁମତିରେ ଜୈନ ବିଦେଶ ଯାତ୍ରା କରିପାରିବେ ନାହିଁ ମଧ୍ୟ କୋର୍ଟ ସର୍ତ୍ତ ରଖିଛନ୍ତି।