Sunstar Tv
Bangladesh News: ବାଂଲାଦେଶରେ ହିଂସା ଆନ୍ଦୋଳନ ପରେ ଦେଶ ଛାଡ଼ି ଭାରତରେ ଆଶ୍ରୟ ନେଇଛନ୍ତି ଶେଖ ହସିନା । ଏପରି ସ୍ଥିତିରେ ଇଣ୍ଟରନ୍ୟାସନାଲ କ୍ରିମନାଲ ଟ୍ରିବ୍ୟୁନାଲର ରାୟ ହସିନାଙ୍କ ଟେନସନ ବଢାଇ ଦେଇଛି।
କାରଣ ବାଂଲାଦେଶର ମହମ୍ମଦ ୟୁନୁସ ସରକାର ଏପରି ଏକ ପଦକ୍ଷେପ ନେଇଛନ୍ତି, ଯାହା ହସିନାଙ୍କ ଅଡୁଆ ବଢାଇ ଦେଇଛି । ବାଂଲାଦେଶରେ ଛାତ୍ର ଆନ୍ଦୋଳନ ପରେ ହିଂସ୍ର ରୂପ ନେଇଥିଲା ।
ଏହି ସମୟରେ ଅନେକ ଜୀବନ ହାନୀ ଘଟିଥିଲା । ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଶାସନ କାଳରେ ଏପରି କାଣ୍ଡ ଘଟିଥିବାରୁ ତାଙ୍କ ନାଁରେ ଓ୍ବାରେଣ୍ଟ ଜାରି କରିଛି । ଆନ୍ଦୋଳନ କାଳରେ ହିଂସା ଏବଂ ନରସଂହାର ପାଇଁ ଶେଖ ହସିନାଙ୍କୁ ଦୋଷୀ ବୋଲି ଦର୍ଶାଯାଇଛି ।
ଶେଖ ହସିନାଙ୍କ ସହିତ ତାଙ୍କର ଆବାମୀ ଲିଗର ଅନ୍ୟ ୫୦ ଜଣଙ୍କ ନାଁରେ ଗିରଫ ୱାରେଣ୍ଟ ଜାରି କରାଯାଇଛି । ଅନ୍ତଜାର୍ତୀୟ ଅଦାଲତରେ ଅଭିଯୋଗ କରାଯାଇଛି, ବାଂଲାଦେଶରେ ଯେତେବେଳେ ସରକାରୀ ଚାକିରୀରୁ ସ୍ବାଧୀନତା ସଂଗ୍ରାମୀଙ୍କ ପରିବାରକୁ ମିଳୁଥିବା କୋଟା ସମାପ୍ତ ନେଇ ଆନ୍ଦୋଳନ ଚାଲୁଥିଲା, ଏହାକୁ ନେଇ ରାସ୍ତାକୁ ଓହ୍ଲାଇଥିଲେ ହଜାର ହଜାର ଛାତ୍ରଛାତ୍ରୀ।
ସେତେବେଳେ ଅନେକଙ୍କ ଜୀବନ ଚାଲିଯାଇଥିଲା । ସରକାର ବିରୋଧୀ ପ୍ରଦର୍ଶନ କାଳରେ ଅନେକ ହତ୍ୟା ବି ଘଟିଥିଲା । ଏ ସବୁ କାଣ୍ଡ ଯେଉଁମାନେ ଘଟାଉଥିଲେ, ସେମାନଙ୍କର ଶାସନର ଶୀର୍ଷରେ ଥିଲେ ଶେଖ ହସିନା । ଶେଖ ହସିନାଙ୍କ ୧୫ ବର୍ଷର ଶାଶନ କାଳରେ ବାଂଲାଦେଶରେ ଅନେକ ମାନବାଧିକାର ଉଲଂଘନ ଘଟିଛି ।
ଯେଉଁଥିରେ ରାଜନୈତିକ ବିରୋଧୀଙ୍କୁ ଟାର୍ଗେଟ୍ କରିଥିଲେ ଶେଖ ହସିନାଙ୍କ ସରକାର । ଏପରି ବିରୋଧୀ ରାଜନୈତିକ ଗୋଷ୍ଠୀର ସଦସ୍ୟଙ୍କ ହତ୍ୟା ବି କରାଯାଇଥିଲା ।
ବାଂଲାଦେଶରେ ଅଶାନ୍ତ ସ୍ଥିତି ବେଳେ ଶେଖ ହସିନା ୫ ଅଗଷ୍ଟକୁ ଭାରତ ଚାଲି ଆସିଥିଲେ । ବର୍ତ୍ତମାନ ଇଣ୍ଟରନ୍ୟାସନାଲ କ୍ରିମନାଲ ଟ୍ରିବ୍ୟୁନାଲ ହସିନାଙ୍କ ନାଁରେ ଆରେଷ୍ଟ ଓ୍ବାରେଣ୍ଟ ଜାରି କରିବା ତାଙ୍କର ଟେନସନ ବଢାଇ ଦେଇଛି ।