ଶ୍ରୀମନ୍ଦିରକୁ ନେଇ ଆସିଲା ବଡ ଖବର | ଆସନ୍ତା ୧୮ ତାରିଖରୁ ଶ୍ରୀମନ୍ଦିରରେ ଦୁଇ ଦ୍ୱାର ଦେଇ ପ୍ରବେଶ କରିବେ ଭକ୍ତ |ତେବେ କାର୍ତ୍ତିକ ମାସରେ ହବିଷ୍ୟାଳି ବ୍ରତଧାରୀଙ୍କ ବିଦା ଯୋଗୁ ଏଭଳି ନିଷ୍ପତି ନେଇଛି ପ୍ରସାଶନ |
ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, କାର୍ତ୍ତିକ ମାସରେ ଶ୍ରଦ୍ଧାଳୁ ତଥା ହବିଷ୍ୟ ବ୍ରତଧାରୀଙ୍କ ଭିତରକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର
ଦର୍ଶନରେ ଏହିସବୁ ଶୃଙ୍ଖଳା ଗ୍ରହଣ କରାଯାଇଛି | ଆସନ୍ତା ଅକ୍ଟୋବର ୧୮ ତାରିଖରୁ କେବଳ ସିଂହଦ୍ୱାର ଓ ପଶ୍ଚିମ ଦ୍ୱାର ଦେଇ ଅନୁମତି ଦିଆଯିବ | ଶ୍ରଦ୍ଧାଳୁମାନେ ସିଂହଦ୍ୱାର ବ୍ୟତୀତ ଅନ୍ୟ ୩ ଦ୍ୱାରରେ ପ୍ରସ୍ଥାନ କରିପାରିବେ | ସିଂହଦ୍ୱାରରେ ଭକ୍ତଙ୍କ ପ୍ରସ୍ଥାନକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି | ତେବେ ଶ୍ରୀମନ୍ଦିର ସେବକ ଓ ସେବକ ପରିବାର ସଦ୍ୟସଙ୍କ ପାଇଁ ଏହି ନିୟମ କାର୍ଯ୍ୟକାରୀ ହେବ ନାହିଁ | ସୂଚନାଯୋଗ୍ୟ ଯେ, ରାଜ୍ୟରେ ସରକାର ଵଦଳିବା ପରେ ମୋହନ ମଝି ସରକାର ପୁରୀ ଶ୍ରୀମନ୍ଦିରକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରିଥିଲେ | ଭକ୍ତଙ୍କ ପାଇଁ ଚାରିଦ୍ୱାର ଖୋଲିଥିଲେ ମୋହନ ସରକାର | ଏହି ନିଷ୍ପତିକୁ ସମସ୍ତେ ଗ୍ରହଣ କରିବା ସହ ଦର୍ଶନ ବ୍ୟବସ୍ଥାରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି | ତେବେ ଏହି ନୂଆ ଦର୍ଶନ ବ୍ୟବସ୍ତା କେତେଦିନ ଧରି ଚାଲିବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ତରଫରୁ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ |