ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କରେ ଏଥର ନୂଆବର୍ଷ ପାଳନ ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦେଇଛି ସ୍ବାସ୍ଥ୍ୟ ମନ୍ତ୍ରାଳୟ। ଏହା ସହ କୌଣସି ସୁପର ସ୍ପ୍ରେଡର୍ ଇଭେଣ୍ଟକୁ ଅନୁମତି ନ ଦେବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ରାଜ୍ୟ ମୁଖ୍ୟ ଶାସନ ସଚିବ ତଥା କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସକଙ୍କୁ ଚିଠିରେ ଲେଖିଛନ୍ତି।
ଗତ କିଛି ମାସ ମଧ୍ୟରେ ଦେଶରେ ସଂକ୍ରମଣ ସଂଖ୍ୟା କମ ଥିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ କମ ରହିଛି। କିନ୍ତୁ ବ୍ରିଟେନରୁ ଚିହ୍ନଟ ହୋଇଥିବା କରୋନାର ନୂଆ ଷ୍ଟ୍ରେନର ସଂକ୍ରମଣକୁ ରୋକିବା ପାଇଁ ସତର୍କ ରହିବାର ଆବଶ୍ୟକତା ରହିଛି, ଯାହା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସତର୍କ ରହିବା ପାଇଁ କୁହାଯାଇଛି। ଏଥିସହ ଆବଶ୍ୟକ ପଡ଼ିଲେ ପରିସ୍ଥିତିର ନିୟନ୍ତ୍ରଣ ଲାଗି ଡିସେମ୍ବର ୩୦ରୁ ଜାନୁଆରି ପହିଲା ଯାଏ ନାଇଟ କର୍ଫ୍ୟୁ ଭଳି କଟକଣା ଲାଗୁ କରିପାରିବେ ରାଜ୍ୟ ସରକାର।