SunstarTV
ରାଜଧାନୀରେ ଏବେ ପୂଜାର ମାହୋଲ । ସବୁ ମଣ୍ଡପରେ ପୂଜା ପାଉଛନ୍ତି ମା’ ଦୂର୍ଗା । ସହର ଗଳ-କନ୍ଦି, ରାସ୍ତାଘାଟ ସବୁଠି ନାହିଁନଥିବା ଭିଡ । ଯାହାର ସୁଯୋଗ ନେଇ ଚୋରି, କରିବାକୁ ଅଭ୍ୟାସଗତ ଅପରାଧୀ ମଧ୍ୟ ଆଗଭର । ମୁଖ୍ୟତଃ ସନ୍ଧ୍ୟା ପରଠାରୁ ଜାମ୍ ହେଉଛି ଟ୍ରାଫିକ୍ । ଯାହାକୁ ଦୃଷ୍ଟିରେ ରଖି ପୂରା ସଜାଗ ରହିଛି କମିଶନରେଟ ପୋଲିସ୍ । ତେଣୁ ଭିଡକୁ ନିୟନ୍ତ୍ରଣ କରିବାକୁ ପୋଲିସ ଆରମ୍ଭ କରିଛି ଅପରେସନ ‘ତ୍ରିଭୁଜ’। ଭିଡ଼ ନିୟନ୍ତ୍ରଣ ଓ ଅପରାଧିକ ଗତିବିଧି ଉପରେ କଡା ନଜର ରଖିବା ଏହି ଅପରେସନର ମୂଳ ଲକ୍ଷ୍ୟ ।
ଭୁବନେଶ୍ୱର କମିଶନରେଟ ପୋଲିସ ପକ୍ଷରୁ ପରୀକ୍ଷାମୂଳକ ଭାବେ ଏହି ପଦକ୍ଷେପ ନିଆଯାଇଥିବା ବେଳେ ଖୁବ୍ ଶୀଘ୍ର ଏହା ଲାଗୁ ମଧ୍ୟ କରାଯିବ ।
ତେବେ ଏହି ଅପରେସନ ତ୍ରିଭୁଜରେ ସ୍ମାର୍ଟ ସିଟି ଲିଭିଟେଡ ପକ୍ଷରୁ ଲାଗିଥିବା ୧ ହଜାର ସିସିଟିଭିକୁ ସର୍ଭେଲାନ୍ସରେ ବ୍ୟବହାର କରାଯାଉଛି । ଏହା ସହିତ ଡ୍ରୋନ କ୍ୟାମରାକୁ ମଧ୍ୟ ଉପଯୋଗ କରୁଛି କମିଶନରେଟ ପୋଲିସ୍ । ଏନେଇ ଗ୍ରାଉଣ୍ଡ ଜିରୋରେ ଏହାର ପରୀକ୍ଷା କରିଛି ବିଭାଗ ।
ପୋଲିସ ମୁଖ୍ୟାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ପୂଜା ପାଇଁ ଭୁବନେଶ୍ୱର କମିଶନରେଟ ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଅପରେସନ ଜାରି କରାଯାଇଛି । ଯାହାର ନା ରହିଛି ଅପରେସନ ‘ତ୍ରିଭୁଜ’ । ଅର୍ଥାତ୍ ସିସିଟିଭି ଜରିଆରେ ଟ୍ରାଫିକର ଭିଡ଼ ଓ ମଣ୍ଡପ ଉପରେ ନଜର ରଖାଯାଉଛି । ତେବେ ଏବେ ୩ ପ୍ରକାର ବ୍ୟବସ୍ଥା କରି ପୋଲିସ୍ ରାଜଧାନରେ ଟ୍ରାଫିକ୍ ନିୟନ୍ତ୍ରଣ କରୁଛି । ଯଦି ଏଥିରେ ଅପରେସନ ତ୍ରିଭୁଜ ସାମିଲ ହୁଏ ଏହା ଆହୁରି ସହଜ ହେବ। ଯାହା ଭବିଷ୍ୟତରେ ବହୁଳ ମାତ୍ରାରେ କାର୍ଯ୍ୟକାରୀ କରିବା ନେଇ ସୂଚନା ଦେଇଛନ୍ତି କମିଶନ ରେଟ ପୋଲିସ୍ ।