SunStarTV
ଉତ୍କଳମଣି ଗୋପବନ୍ଧୁ ଙ୍କ ୧୪୭ ତମ ଜନ୍ମ ଜୟନ୍ତୀ । ସେ ବାଲ୍ୟ ଜୀବନରୁ ଶିକ୍ଷା କୁ ଅଗ୍ରାଧିକାର ଦେବା ସହ ପିଲାଙ୍କୁ ସାହାଯ୍ୟ କରୁଥିଲେ। ବନ୍ୟା ବା ବିପନ୍ନ ସମୟରେ ସାହାଯ୍ୟ କରିବା ତାଙ୍କର ମୁଖ୍ୟ ଉଦେଶ୍ୟ ଥିଲା।
ଆଜି ତାଙ୍କ ଜନ୍ମତିଥିରେ ଆରମ୍ଭ ହେବ ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନ । ଶଙ୍ଖ ଭବନରେ ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିବେ। ଏହି ଅବସରରେ ଜିଲ୍ଲା ସଦର ମହକୁମାରେ ଜିଲ୍ଲାର ସମସ୍ତ ନେତୃବୃନ୍ଦ ଭର୍ଚୁଆଲ ମାଧ୍ୟମରେ ଶଙ୍ଖ ଭବନ କାର୍ଯ୍ୟକ୍ରମ ସହିତ ଯୋଡି ହେବେ।
ଏଥି ପାଇଁ ସମସ୍ତ ସାଂଗଠନିକ ଜିଲ୍ଲାରେ ଅନଲାଇନ୍ ବ୍ୟବସ୍ଥା କରାଯାଇଛି । ପରବର୍ତ୍ତୀ ସମୟରେ ସମସ୍ତ ନିର୍ବାଚନ ମଣ୍ଡଳୀରେ ସଦସ୍ୟତା ସଂଗ୍ରହ କାର୍ଯ୍ୟକ୍ରମ ଆଗେଇବ । ଗତ ଥର ଏକ କୋଟି ୯୧ ହଜାର ୯୧୫ ସଦସ୍ୟ ବିଜେଡି ସହ ଯୋଡ଼ି ହୋଇଥିଲେ । ଏଥର ମଧ୍ୟ ଏକ କୋଟି ସଦସ୍ୟତା ଲକ୍ଷ୍ୟ ଛୁଇଁବାକୁ ବିଜେଡି ଟାର୍ଗେଟ ରଖିଛି ।
ଗତକାଲି ଏନେଇ ବିଜେଡି ମୁଖ୍ୟାଳୟ ଶଙ୍ଖ ଭବନରେ ଏକ ସାମ୍ୱାଦିକ ସମ୍ମିଳନୀରେ ବିଜେଡି ସମନ୍ୱୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର କହିଥିଲେ ଯେ ବିଜେଡି ଏକ ଆଞ୍ଚଳିକ ଦଳ ହୋଇଥିବା ବେଳେ ଜନ ସମ୍ପର୍କକୁ ସବୁବେଳେ ପ୍ରାଥମିକତା ଦେଇଆସିଛି। ଏଥର ଆମେ ଉଭୟ ମାନୁଆଲ ଓ ଡିଜିଟାଲ ମାଧ୍ୟମରେ ନୂଆ ସଦସ୍ୟମାନଙ୍କୁ ଦଳରେ ସାମିଲ କରିବୁ। ଦୁଇ ମାସ ଧରି ଚାଲିବାକୁ ଥିବା ଏହି ବୃହତ ଅଭିଯାନରେ ପୂର୍ବ ରେକର୍ଡକୁ ଭାଙ୍ଗିବା ନେଇ ଆମେ ଆଶାବାଦୀ ଅଛୁ। ଜନ ସାଧାରଣଙ୍କ ଆବଶ୍ୟକତାକୁ ପୁରା କରିବା ଏବଂ ଓଡ଼ିଶାର ସ୍ୱାର୍ଥ ପାଇଁ ଲଢେଇ ଜାରି ରଖିବା ବିଜେଡିର ମୁଖ୍ୟ ଦାୟୀତ୍ୱ ବୋଲି ଶ୍ରୀ ସଞ୍ଜୟ ଦାସବର୍ମା ସୂଚନା ଦେଇଛନ୍ତି ।