SunstarTV
ଆରମ୍ଭ ହୋଇଯାଇଛି ଭୋଟ ଗଣତି । ହରିୟାଣା ଓ ଜମ୍ମୁ କାଶ୍ମୀରରେ କିଏ ଗଢ଼ିବ ସରକାର ତାହା ଉପରେ ଏବେ ସଭିଙ୍କ ନଜର । ପ୍ରାରମ୍ଭିକ ଟ୍ରେଣ୍ଡରେ ଉଭୟ ଦୁଇ ରାଜ୍ୟରେ କଂଗ୍ରେସ ଆଗୁଆ ଥିବାବେଳେ କିନ୍ତୁ ବର୍ତ୍ତମାନର ଟ୍ରେଣ୍ଡରେ ପୁଣି ବିଜେପି ପାଖା ପାଖି ଆସିଛି । ପ୍ରାରମ୍ଭିକ ଟ୍ରେଣ୍ଡରେ ହରିୟାଣାରେ କଂଗ୍ରେସ ଆଗୁଆ ରହିଛି । ବ୍ୟବଧାନ କିନ୍ତୁ ଅଧିକ ନାହିଁ ।
ସେପଟେ କଡ଼ା ସୁରକ୍ଷାରେ ଆରମ୍ଭ ହୋଇଛି ଭୋଟ ଗଣତି । ସକାଳ ୮ଟାରୁ ଉଭୟ ରାଜ୍ୟରେ ଆରମ୍ଭ ହୋଇଛି କାଉଣ୍ଟିଂ । ପ୍ରଥମେ ପୋଷ୍ଟାଲ ବାଲଟ ଗଣତି ହେଉଥିବାବେଳେ ପରେ ଇଭିଏମ ଗଣତି ଆରମ୍ଭ କରାଯିବ । ୨୦୧୯ରେ ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ଜମ୍ମୁକଶ୍ମୀରରେ ନିର୍ବାଚନ ହେଉଥିବା ବେଳେ ସୁରକ୍ଷା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ୯୦ ଆସନ ବିଶିଷ୍ଟ ହରିଆଣା ବିଧାନସଭାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୪୬ ଥିବା ବେଳେ ବିଭିନ୍ନ ସଂସ୍ଥା ପକ୍ଷରୁ ହୋଇଥିବା ଏଗଜିଟ୍ ପୋଲରେ କଂଗ୍ରେସ ସରକାର ଗଢିବା ନେଇ ଆକଳନ କରାଯାଇଛି।
ଯଦି ଆମେ ଜମ୍ମୁକଶ୍ମୀର ବିଧାନସଭା ନିର୍ବାଚନରେ କଂଗ୍ରେସ ଓ ନ୍ୟାସନାଲ କନ୍ ଫରେନ୍ସ ମେଣ୍ଟ ଆଗରେ ରହିବା ନେଇ ଏଗଜିଟ୍ ପୋଲରେ ଆକଳନ କରାଯାଇଛି । ଜମ୍ମୁ କଶ୍ମୀରର ୯୦ ଆସନ ବିଶିଷ୍ଟ ବିଧାନସଭାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୪୬ ଥିବାବେଳେ ମେହବୁବା ମୁଫତିଙ୍କ ପିଡିପି କିଙ୍ଗମେକର ହେବ ବୋଲି ଆକଳନ କରାଯାଉଛି ।