ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ୍ ଅଧିନ ଛଣିଜଙ୍ଗ ପଞ୍ଚାୟତରେ ହିତାଧିକାରୀଙ୍କ ପିଡିଏସ ଚାଉଳ ଏବଂ କିରୋସିନ ହଡ଼ପ ଅଭିଯୋଗ।ପଞ୍ଚାୟତ ସରପଞ୍ଚ ଅଜୟ ସ୍ୱାଇଁଙ୍କ ନାମରେ ସାଧାରଣ ଲୋକେ ଅଭିଯୋଗ ଆଣିବା ସହିତ ୯ମାସର କିରୋସିନ ଏବଂ ୬ମାସର ଚାଉଳ ସରପଞ୍ଚ ହେରଫେର କରିଥିବାର ଆସିଛି ଅଭିଯୋଗ।ସୂଚନା ଅନୁଯାୟୀ ପଞ୍ଚାୟତର ଡିଲର ଗନ୍ଧର୍ବ ଜେନା ଦୀର୍ଘଦିନ ହେବ ସୁଚାର ରୂପରେ ଖାଉଟି ମାନଙ୍କୁ ପିଡିଏସ ସାମଗ୍ରୀ ବାଣ୍ଟି ଆସୁଥିଲେ।୬ମାସ ତଳେ ଅସୁସ୍ଥତା ଯୋଗୁଁ ସେ ମୃତ୍ୟୁ ବରଣ କରିଥିଲେ।ଗନ୍ଧର୍ବଙ୍କ ପାଖକୁ ଆସୁଥିବା ସମସ୍ତ ପିଡିଏସ ସାମଗ୍ରୀ ସେହି ପଞ୍ଚାୟତର ଆମ୍ପୋର୍ ଗ୍ରାମ ଅଧିନସ୍ଥ ଆଉ ଜଣେ ଡିଲର ପଦ୍ମଚରଣ ନାୟକଙ୍କ ପାଖକୁ ଆସିଥିବା ବେଳେ ପଞ୍ଚାୟତର ସରପଞ୍ଚ ଚଞ୍ଚକତା କରି ଜୋର୍ ଜବରଦସ୍ତ ସମସ୍ତ ସାମଗ୍ରୀ ଆଣି ପଞ୍ଚାୟତ ଅଫିସରେ ତାଲା ପକାଇଥିବା ଜଣା ପଡ଼ିଛି।ସାଧାରଣ ଖାଉଟି ଡିଲର ପଏଣ୍ଟ ରୁ ନିରାଶ ହୋଇ ଫେରିବା ସହିତ ପଞ୍ଚାୟତ ଅଫିସ୍ ରେ ଶତାଧିକ ଲୋକେ ଏକାଠି ହୋଇ ହୋ ହଲା କରିଥିବା ଦେଖିବାକୁ ମିଳିଛି।ଘଟଣା ସ୍ଥଳରେ ଉତେଜନା ଲାଗି ରହିଥିବା ବେଳେ ସରପଞ୍ଚ ଅଜୟ ପରିଡା ଙ୍କୁ ଲୋକେ ଆମ ଚାଉଳ ଏବଂ କିରୋସିନ କୁଆଡେ ଗଲା ବୋଲି ପ୍ରଶ୍ନ କରିଥିଲେ।