୫କୋଟି ୩୫ଲକ୍ଷ ହଡପ କରି ନିଜ ପାଇଁ ଦାମୀ ଗାଡି ଓ ସ୍ତ୍ରୀ ନାମ ଜମି କିଣି ଜେଲ ଗଲେ ଆର୍ତ୍ତ୍ରବନ୍ଧୁ ଜେନା ନାମକ ବ୍ୟକ୍ତି l ଅଭିଯୋଗ କାରୀ ଏବଂ ପୋଲିସ ଠାରୁ ମିଳିଥିବା ସୂଚନା ଅନୁସାରେ ଆର୍ତ୍ତ୍ରବନ୍ଧୁ ଜେନା ନାମକ ଜଣେ ବ୍ୟକ୍ତି ମୈତ୍ରୀ ବିହାର ଅଂଚଳ ରେ ଥିବା ସାଇ ଦରବାର ନାମକ ଏକ ବିଲଡର ସଂସ୍ଥାରେ କାମ କରିଆସୁଥିଲେ l କିନ୍ତୁ ସେହି ସଂସ୍ଥାକୁ ଯେଉଁ ଟଙ୍କା ଗ୍ରାହକ ମାନେ ଜମି ବାବଦରେ ଦିଅନ୍ତି ସେ ସବୁ ଟଙ୍କାକୁ ଆର୍ତ୍ତ୍ରବନ୍ଧୁ ଜେନା ନିଜ ପକେଟରେ ରଖନ୍ତି l ଆଉ ନିଜ ପାଇଁ ବିଭିନ୍ନ ପ୍ରକାର ଦାମୀ ଗାଡି କିଣିବା ସହିତ ନିଜ ସ୍ତ୍ରୀ ଓ ଅନ୍ୟାନ୍ୟ ସମ୍ପର୍କୀୟଙ୍କ ନାମରେ ଜମି କିଣନ୍ତି …ଗ୍ରହକଙ୍କ ଟଙ୍କାରେ ବିଳାସ ମୟ ଜୀବନ ଯାପନ କରିବା ଥିଲା ଆର୍ତ୍ତ୍ରବନ୍ଧୁ ଜେନାଙ୍କ ସଉକ l କୋଟିଏ କି ଦୁଇ କୋଟି ନୁହେଁ ପୁରାପୁରି ପାଞ୍ଚ କୋଟି ୩୫ ଲକ୍ଷ କଂପାନୀ ଠାରୁ ଲୁଟିଥିଲେ ଆର୍ତ୍ରବନ୍ଧୁ…. କମ୍ପାନୀ ଏବାବଦରେ ଜାଣିବା ପରେ ସାଇ ଦରବାର ର ମାଲିକ ଘଟଣାକୁ ନେଇ ଉକ୍ତ ଆର୍ତ୍ତ୍ରବନ୍ଧୁ ଙ୍କ ନାମରେ ଅଭିଯୋଗ ଆଣିଥିଲେ ମୈତ୍ରୀ ବିହାର ଥାନାରେ l ମୈତ୍ରୀ ବିହାର ଥାନା ଘଟଣାକୁ ଗୁରୁତ୍ୱ ନ ଦେବାରୁ ଅଭିଯୋଗକାରୀ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ତ ହୋଇ ଥିଲେ l ଫଳରେ ଉଚ୍ଚତମ ନ୍ୟାୟାଳୟ ଆର୍ତ୍ତ୍ରବନ୍ଧୁ ଓ ତାଙ୍କ ପତ୍ନୀଙ୍କୁ ଗିରଫ ପାଇଁ ନିର୍ଦେଶ ଦେଇଥିଲେ l ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦେଶ କ୍ରମେ ଆଜି ଆର୍ତ୍ତ୍ରବନ୍ଧୁଙ୍କୁ ଗିରଫ କରି ଜେଲ ପଠାଇ ଥିବା ବେଳେ ଆର୍ତ୍ତ୍ରବନ୍ଧୁଙ୍କ ପତ୍ନୀ ଫେରାର ଅଛନ୍ତି …..