(ସନଷ୍ଟାର ଟିଭି ବ୍ୟୁରୋ;)ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବାହିତ ହେଉଛି । ଫଳରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ତାପମାତ୍ରା କମିବାରେ ଲାଗିଛି । ରାଜ୍ୟର 4ଟି ସ୍ଥାନର ତାପମାତ୍ରା ୧୫ଡିଗ୍ରୀ ସେଲସିୟସ ତଳେ ରହିଛି । ସର୍ବନିମ୍ନ ତାପାମାତ୍ରା ରହିଛି ସୋନପୁରଠାରେ । ଏଠାରେ ତାପମାତ୍ରା 11.8 ଡିଗ୍ରୀ ରହିଛି । ସେହିପରି ଅନୁଗୁଳୁରେ 12.6 ଡିଗ୍ରୀ, ଦାରିଙ୍ଗିବାଡିରେ 14 ଡିଗ୍ରୀ , ଝାରସୁଗୁଡା 14.1 ଡିଗ୍ରୀ, କେନ୍ଦୁଝର 15 ଡିଗ୍ରୀ, ଭୁବନେଶ୍ବରରେ 20. 6 ଡିଗ୍ରୀ, କଟକରେ 19 ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି ଉତ୍ତର ଓଡିଶାର ସର୍ବନିମ୍ନ ତାପମାତ୍ରା 2 ରୁ 3 ଡିଗ୍ରୀ ଖସିବା ସମ୍ଭାବନା ରହିଛି । ଦକ୍ଷିଣ ଓଡିଶା ଜିଲ୍ଲା ଗୁଡିକରେ ତାପମାତ୍ରା 3 ରୁ 4 ଡିଗ୍ରୀ ଖସିବାର ସମ୍ଭାବନା ରହିଛି ।