ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ନୂତନ କୃଷି ଆଇନକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଟାର୍ଗେଟ କରି ଆସିଛନ୍ତି । ତେବେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ‘ମୁଁ ମଧ୍ୟ ଏକ କୃଷକ ପରିବାରରେ ଜନ୍ମ ଗ୍ରହଣ କରିଛି । ରାହୁଲ ଗାନ୍ଧୀଙ୍କ ଠାରୁ ଚାଷ କାର୍ଯ୍ୟ ବିଷୟରେ ମୋତେ ଅଧିକ ଜଣା’ । ଆମେ କୃଷକ ମାନଙ୍କୁ ସମ୍ମାନ କରୁ କାରଣ ସେମାନେ ଆମର ଅନ୍ନଦାତା ଅଟନ୍ତି । ନୂତନ କୃଷି ଆଇନ କୃଷକମାନଙ୍କ ହିତ ସାଧନ ପାଇଁ ହିଁ ପ୍ରଣୟନ ହୋଇଛି ।
ସେ ଆଉ ମଧ୍ୟ କହିଛନ୍ତି ଯେ କେନ୍ଦ୍ର ସରକାର କୃଷକମାନଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି । କୃଷି ଆଇନଟି କୃଷକମାନଙ୍କ ଭଲ ପାଇଁ ହିଁ ହୋଇଛି । ଯଦି କାହାର କିଛି ଅସୁବିଧା ଅଛି ତେବେ ସେମାନେ ସରକାରଙ୍କ ସହ ଆଲୋଚନା କରିପାରିବେ ।