Sunstar Tv
Kerala Landslide: କେରଳରେ ପ୍ରକୃତିର ତାଣ୍ଡବ। ୱାୟନାଡ଼ରେ ଭୟଙ୍କର ଭୂସ୍ଖଳନରେ ବଢୁଛି ମୃତ୍ୟୁସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୧୫୮ ଜଣଙ୍କର ମୃତଦେହ ଉଦ୍ଧାର ହେଲାଣି।
ନିଖୋଜ ଅଛନ୍ତି ଶତାଧିକ। ଅନେକ ମାଟି ଅତଡା ତଳେ ଚାପି ହୋଇ ରହିଛନ୍ତି। ଆଗକୁ ମୃତାହତଙ୍କ ସଂଖ୍ୟା ଆହୁରି ବଢ଼ିପାରେ। ଭୂସ୍ଖଳନ ବିପର୍ଯ୍ୟୟ ପରେ ଯ଼ୁଦ୍ଧକାଳୀନ ଭିତ୍ତିରେ ଚାଲିଛି ରେସ୍କ୍ୟୁ ଅପରେସ।
ବହୁ ପରିମାଣର ହୋଇଛି ଧନ-ଜୀବନ କ୍ଷୟକ୍ଷତି। ସେପଟେ ଉଦ୍ଧାର କାର୍ଯ୍ୟରେ ବାଧକ ସାଜିଛି ବର୍ଷା। ସ୍ଥିତି ସଙ୍ଗୀନ ଦେଖି ସେନାକୁ ଉଦ୍ଧାର କାମରେ ନିୟୋଜିତ କରାଯାଇଛି।
ବାୟୁସେନା, NDRF ଓ SDRF ମଧ୍ୟ ରେସକ୍ୟୁ ଅପରେସନ ଚଳାଇଛନ୍ତି । ସ୍ଥିତି ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ବିଜୟନ SDRF କ୍ୟାମ୍ପକୁ ଯିବେ ।…
ୱାୟନାଡ଼ର ମେପାଡ଼ି ପାହାଡ଼ିଆ ଅଞ୍ଚଳରେ ଗୋଟିଏ ନୁହେଁ, ତିନି ତିନିଟି ଭୂସ୍ଖଳନ ଯୋଗୁଁ ସବୁକିଛି ନିଶ୍ଚିହ୍ନ ହୋଇଯାଇଛି । ଆଉ ଭୂସ୍ଖଳନ ସ୍ଥଳରୁ ସାମ୍ନାକୁ ଆସୁଛି ଗୋଟିକ ପରେ ଗୋଟିଏ ଭୟଙ୍କର, ଛାତି ଥରାଇ ଦେଲା ଭଳି ଦୃଶ୍ୟ । ମାଟିରେ ମିଶିଯାଇଛି ବିସ୍ତୀର୍ଣ୍ଣ ଜନବସତି । ଧୋଇ ଯାଇଛି ରାସ୍ତାଘାଟ । ଛିନ ଛତର ରେଳ ଧାରଣା ।
ଭୂସ୍ଖଳନ ବିପର୍ଯ୍ୟୟ ପରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ରେସ୍କ୍ୟୁ ଅପରେସନ । ବର୍ତ୍ତମାନ ସୁଦ୍ଧା ଏହି ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୧୫୬ ଟପିଛି ।
ଶତାଧିକ ଲୋକ ମାଟି ଅତଡ଼ା ତଳେ ଚାପି ହୋଇ ରହିଥିବାରୁ, ଆଗକୁ ମୃତାହତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି । ଦେବଦୂତ ସାଜି ଅନେକଙ୍କୁ ବିପର୍ଯ୍ୟୟରୁ ଉଦ୍ଧାର କରିଛନ୍ତି ସେନା ଯବାନ ।
ଉଦ୍ଧାର କାର୍ଯ୍ୟରେ ଜି ଜାନ୍ ଲଗାଇ ମୃତ୍ୟୁ ମୁଖରୁ ଜୀବନ ଫେରାଇ ଆଣିବା ପାଇଁ ଲାଗି ପଡ଼ିଛନ୍ତି କେରଳ ରାଜ୍ୟ ବିପର୍ଯ୍ୟୟ ଓ ପ୍ରଶମନ ବିଭାଗ ଏବଂ ଏନଡିଆରଏଫ୍ ଟିମ୍ ।
ଅସ୍ଥାୟୀ ପୋଲ ତିଆରି କରି ବର୍ତ୍ତମାନ ସୁଦ୍ଧା ୧୦୦୦ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନାକୁ ସ୍ଥାନାନ୍ତର କରାଗଲାଣି । ତେବେ ରେସକ୍ୟୁ ଅପରେସନରେ ପ୍ରତିବନ୍ଧକ ସାଜିଛି ଲଗାଣ ବର୍ଷା ଓ ପ୍ରତିକୂଳ ପରିସ୍ଥିତି । କେରଳ ସରକାର ଏଥିପାଇଁ ଦୁଇ ଦିନିଆ ଶୋକ ଘୋଷଣା କରିଛନ୍ତି ।