Sunstar Tv
Gold Rate Hike: ଗ୍ରାହକଙ୍କ ଚିନ୍ତା ବଢ଼ାଇଛି ସୁନା ଦର ବୃଦ୍ଧି। ଆଜି ସୁନା ଦର ଗ୍ରାମ ପିଛା ୧୫୦ ଟଙ୍କା ବୃଦ୍ଧି ପାଇଛି। ସୁନା ଦର ଏବେ ହୁ ହୁ ବଢ଼ି ଚାଲିଥିବା ବେଳେ ଆଉ କିଛି ଦିନରେ ୧୦ ଗ୍ରାମ ପିଛା ୬୩ ହଜାର ଉପରେ ରହିଛି।
ଯଦି ଆପଣ ଆଜି ସୁନା ଗହଣା କିଣିବା ପାଇଁ ଯୋଜନା କରିଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର।
ସେହିପରି ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୬୯ ହଜାର ୧୬୦ ଟଙ୍କା ହୋଇଥିବା ବେଳେ ୨୨ କ୍ୟାରେଟ ସୁନା ଗ୍ରାମ ପିଛା ୬୩ ହଜାର ୪୦୦ ଟଙ୍କା ରହିଛି।
ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୬୩,୪୦୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୬୯,୧୬୦ ହୋଇଛି ।
ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୬୩,୪୦୦ ଟଙ୍କା ଓ ୬୯,୧୬୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୬୩,୫୫୦ ଟଙ୍କା ଓ ୬୯,୩୧୦ ଟଙ୍କା ରହିଛି ।
ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୬୯,୯୮୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୬୪,୧୫୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୬୩ ୪୦୦ ଟଙ୍କା ଓ ୬୯,୧୬୦ ଟଙ୍କା ରହିଛି ।
ଅନ୍ୟପଟେ ରୂପା ଦର କେଜି ପ୍ରତି ୮୫,୦୦୦ ଟଙ୍କା ହୋଇଛି।
କେମିତି ଜାଣିବେ ସୁନାର ଶୁଦ୍ଧତା?
ଯେତେବେଳେ ଆପଣ ସୁନା ଅଳଙ୍କାର କିଣନ୍ତି, ସେଥିରେ ୧୮ରୁ-୨୨କେ ସୁନା ବ୍ୟବହୃତ ହୁଏ। ଶୁଦ୍ଧ ସୁନା କିଣିବାକୁ ଚାଁହୁଥିଲେ ଆପଣ କେବଳ ହଲମାର୍କଡ୍ ଅଳଙ୍କାର କିଣିବା ଉଚିତ୍।
ଯଦି ଆପଣ କିଣୁଥିବା ଅଳଙ୍କାରରେ ହଲମାର୍କ ନାହିଁ, ତେବେ ସୁନା କିଣିବା ଉଚିତ୍ ନୁହେଁ। ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ (ବିଆଇଏସ୍) ଭାରତରେ ଚିହ୍ନିତ ସୁନା ଅଳଙ୍କାର ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଧାତୁକୁ ପ୍ରମାଣିତ କରେ।