SunStarTV
କେରଳର ୱାୟାନାଡ ଜିଲ୍ଲାର ମେପ୍ପାଡି ନିକଟ ପାହାଡ ଅଞ୍ଚଳରେ ଭୂସ୍ଖଳନ ଘଟିଥିବାର ସୂଚନା ମିଳିଛି। ଏହି ପ୍ରାକୃତିକ ବିପର୍ଯ୍ୟୟ ହେତୁ ଦୁଇ ଶିଶୁଙ୍କ ସମେତ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଶହ ଶହ ଲୋକ ଫସି ରହିଛନ୍ତି । ସ୍ଥାନୀୟ ବିପର୍ଯ୍ୟୟ ମୁକାବିଲା ପାଇଁ କର୍ମଚାରୀମାନେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ କରୁଛନ୍ତି। ବର୍ଷା ଯୋଗୁଁ ଏହି କାର୍ଯ୍ୟ ଅଧିକ କଠିନ ହେଇପଡିଛି ।
ମଙ୍ଗଳବାର ଦିନ କେରଳର ପାହାଡ଼ିଆ ୱାୟାନାଡ ଜିଲ୍ଲାର ଏକ ଭୂସ୍ଖଳନରେ ଦୁଇ ଶିଶୁଙ୍କ ସମେତ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପ୍ରଥମେ ରାତି ୨ଟାରେ ଓ ପରେ ସକାଳ ପ୍ରାୟ ୪ଟା ୧୦ରେ ଆଉ ଏକ ଭୂସ୍ଖଳନ ଘଟିଥିଲା।ଫଶି ରହିଥିବା ଲୋକଙ୍କୁ ବାହାରକୁ ଆଣିବା ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଛି। ବାୟୁସେନାର ଦୁଇଟି ହେଲିକପ୍ଟର ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛି।
ସେପଟେ ମୃତକଙ୍କ ମଧ୍ୟରେ ୨ ଛୋଟ ପିଲାଙ୍କ ସମେତ ୭ ଜଣ ଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଭୂସ୍ଖଳନ ଯୋଗୁ ୧୬ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ଓ୍ୱାଇନାଡର ମେପ୍ପାଡିସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ରାହୁଲ ଗାନ୍ଧୀ କହିଛନ୍ତି, ‘ୱାୟାନାଡର ମେପ୍ପାଡି ନିକଟରେ ହୋଇଥିବା ଭୂସ୍ଖଳନ ଯୋଗୁଁ ମୁଁ ଗଭୀର ଦୁଃଖିତ। ମୁଁ କେରଳର ମୁଖ୍ୟମନ୍ତ୍ରୀ ଏବଂ ୱାୟାନାଡ ଜିଲ୍ଲା କଲେକ୍ଟରଙ୍କ ସହ କଥା ହୋଇଛି, ଯେଉଁମାନେ ମୋତେ ଉଦ୍ଧାର କାର୍ଯ୍ୟ ଚାଲିଛନ୍ତି ବୋଲି ନିଶ୍ଚିତ କରିଛନ୍ତି। ସମସ୍ତ ଏଜେନ୍ସି ସହିତ ସମନ୍ୱୟ ସୁନିଶ୍ଚିତ କରିବାକୁ, ଏକ କଣ୍ଟ୍ରୋଲ୍ ରୁମ୍ ସ୍ଥାପନ କରିବାକୁ ଏବଂ ରିଲିଫ୍ ପ୍ରୟାସ ପାଇଁ ଆବଶ୍ୟକ ସହାୟତା ବିଷୟରେ ଆମକୁ ଜଣାଇବାକୁ ମୁଁ ସେମାନଙ୍କୁ ଅନୁରୋଧ କରିଛି | ମୁଁ କେନ୍ଦ୍ର ମନ୍ତ୍ରୀମାନଙ୍କ ସହ କଥାବାର୍ତ୍ତା କରିବି ଏବଂ ୱାୟାନାଡକୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବାକୁ ଅନୁରୋଧ କରିବି।
କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ମଧ୍ୟ ଏହି ପ୍ରସଙ୍ଗରେ ନଜର ରଖିଛନ୍ତି। ସେ କହିଛନ୍ତି ଯେ ୱାଇନାଡରେ ଭୂସ୍ଖଳନ ପରେ ସମସ୍ତ ସମ୍ଭାବ୍ୟ ଉଦ୍ଧାର କାର୍ଯ୍ୟ ଯୋଗାଇ ଦିଆଯିବ। ଉଦ୍ଧାର କାର୍ଯ୍ୟରେ ରାଜ୍ୟର ସମସ୍ତ ସରକାରୀ ଏଜେନ୍ସି ନିୟୋଜିତ ଅଛନ୍ତି ବୋଲି ସେ କହିଛନ୍ତି।