SunstarTV
ସମ୍ବଲପୁରୀ ଶାଢ଼ୀ ଏକ ପାରମ୍ପରିକ ହାତବୁଣା ଶାଢ଼ୀ । ଯେଉଁଥିରେ ସୂତା ସବୁକୁ ପ୍ରାକୃତିକ ରଙ୍ଗରେ ରଙ୍ଗାଯାଏ ଓ ସେଥିରେ ଶାଢ଼ୀ ବୁଣାଯାଇଥାଏ, ଯାହାକି ଓଡ଼ିଶାର ସୋନପୁର, ସମ୍ବଲପୁର ଆଦି ଅଞ୍ଚଳରେ ବୁଣାଯାଇଥାଏ ।ଏହି ସମ୍ବଲପୁରୀ ଶାଢ଼ୀ ଏକ ପାରମ୍ପରିକ ଭାରତୀୟ ନାରୀମାନଙ୍କ ଲୁଗା କହିଲେ ଅତ୍ୟୁକ୍ତି ହେବନି ।
ତେବେ ଏହି ସମ୍ବଲପୁରୀ ଶାଢ଼ୀକୁ ନେଇ ଓଡ଼ିଶା ଆଜି ସାରା ବିଶ୍ବରେ ନାମ ଅର୍ଜ୍ଜନ କରିଛି । ତେବେ ଆଜି ଏହି ଶାଢ଼ୀକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପ୍ରଶଂସା କରିଛନ୍ତି ।
୧୧୨ତମ ମନ କି ବାତ୍ କାର୍ଯ୍ୟକ୍ରମରେ ପ୍ୟାରିସ ଅଲିମ୍ପିକ୍ସ, ହସ୍ତତନ୍ତ ବ୍ୟବସାୟ ସହ ବିଭିନ୍ନ କ୍ଷେତ୍ର ଉପରେ ଆଲୋଚନା କରିଛନ୍ତି। ଇଣ୍ଟରନ୍ୟାସନାଲ୍ ମ୍ୟାଥସ୍ ଅଲିମ୍ପିୟାନ୍ ବିଜେତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଦେଶବାସୀଙ୍କୁ ପ୍ୟାରିସ ଅଲିମ୍ପିକ୍ସ ଖେଳାଳିଙ୍କ ମନୋବଳ ବଢ଼ାଇବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ।
ଏଥିସହ ଓଡ଼ିଶାର ସମ୍ବଲପୁରୀ ଶାଢ଼ୀ ସମେତ ଭାରତର ବିଭିନ୍ନ ହସ୍ତତନ୍ତ ବ୍ୟବସାୟକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦେଶର ହସ୍ତତନ୍ତ ବ୍ୟବସାୟ ଦ୍ରୁତ ଗତିରେ ଆଗକୁ ବଢୁଛି। ଲୋକଙ୍କ ମଧ୍ୟରେ ହସ୍ତ କାରିଗରି ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛି।
ଏହା ପୂର୍ବରୁ ଅର୍ଥମନ୍ତ୍ରୀ(Nirmala Sitharaman) ସମ୍ବଲପୁରୀ ଶାଢ଼ୀ(Sambalpuri Saree)ର ପ୍ରଶଂସା କରିଥିଲେ। ଅର୍ଥମନ୍ତ୍ରୀଙ୍କ କହିବାନୁସାରେ, ସମ୍ବଲପୁରୀ ଶାଢ଼ୀକୁ ସେ ବହୁତ ଭଲ ପାଆନ୍ତି। ପୂର୍ବରୁ ତାଙ୍କ ପାଖରେ ସମ୍ବଲପୁରୀ ଶାଢ଼ୀ ଥିଲେ ବି ସେ ଆହୁରି କିଣୁଛନ୍ତି। ତାଙ୍କ ପାଖରେ ସମ୍ବଲପୁରୀ ଶାଢ଼ୀ ବହୁତ ଅଛି। ସମ୍ବଲପୁରୀ ଶାଢ଼ୀ ସହିତ ଅନ୍ୟ ଶାଢ଼ୀ ବି ପସନ୍ଦ କରନ୍ତି ଅର୍ଥ ମନ୍ତ୍ରୀ। ଓଡ଼ିଶାର ସମ୍ବଲପୁରୀ ଶାଢ଼ୀ ସହିତ ଅନ୍ୟ ବୁଣାକାର, ପଟ୍ଟଚିତ୍ର କାରିଗର, ଭାସ୍କର୍ଯ୍ୟ ଶିଳ୍ପୀଙ୍କ କିଭଳି ବିକାଶ ହେବ ସେ ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି ବୋଲି କହିଥିଲେ ନିର୍ମଳା ସୀତାରମଣ।