ସନଷ୍ଟାର ଟିଭି ବ୍ୟୁରୋ
ବିହାର ବିଧାନସଭାର ତୃତୀୟ ବା ଅନ୍ତିମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ପ୍ରକ୍ରିୟା ଆରମ୍ଭ କରାଯାଇଛି । ୭୮ ଆସନ ପାଇଁ ୧୬ଟି ଜିଲ୍ଲାରେ ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଯାଇଛି । ଏଥର ୧୨୦୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରିତ କରିବେ ପାଖାପାଖି ୨.୩୫ କୋଟି ଭୋଟର । ଏଥିପାଇଁ ବିହାର ନିର୍ବାଚନ କମିଶନର ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । କରୋନା କାଳକୁ ଦୃଷ୍ଟିରେ ରଖି ପୁଲିଂ ବୁଥରେ ସମସ୍ତ ପ୍ରକାର ସୁରକ୍ଷା ମୂଳକ ବ୍ୟବସ୍ଥା କରାଯାଇଥିବା ବେଳେ ସାମାଜିକ ଦୂରତା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।
ଏହି ପର୍ଯ୍ୟାୟରେ ନିତିଶ ସରକାରଙ୍କ ୮ ଜଣ ମନ୍ତ୍ରୀଙ୍କ ଭାଗ୍ୟ ପରୀକ୍ଷା ହେବ । ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ଭୋଟ୍ ମତଦାନ ପ୍ରକ୍ରିୟା ଶେଷ ହୋଇଯାଇଛି । ଆସନ୍ତା ୧୦ ରେ ଭୋଟ୍ ଗଣତି ହୋଇ ତାର ଫଳାଫଳ ପ୍ରକାଶ ପାଇବ ।