ସନ୍ଷ୍ଟାର ଟିଭି ବ୍ୟୁରୋ
ରାଉରକେଲା: ଆଜି କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ବିରୋଧୀ ନୀତି ବିରୋଧରେ ଆଜି ଦେଶବ୍ୟାପୀ ଆନ୍ଦୋଳନ କରୁଛି CITU ଶ୍ରମିକ ସଂଗଠନ । ଏହାକୁ ରାଉରକେଲାର ଅନେକ ଶ୍ରମିକ ସଂଗଠନ ମଧ୍ୟ ସମର୍ଥନ କରିଛନ୍ତି । କେନ୍ଦ୍ର ସରକାର ଆଣିଥିବା ତିନୋଟି କୃଷକ ଆଇନ, ୪ଟି ଲେବର୍ ଆଇନ, ବିଦ୍ୟୁତ ଆଇନ, ପ୍ରତ୍ୟାହାର ଓ ନୂତନ ପେନସନ ଯୋଜନା ବଦଳରେ ପୁରୁଣା ଯୋଜନାକୁ ପ୍ରଚଳନ କରିବା ଆଦି ଅନେକ ଦାବି ନେଇ ଦାବି ରେ ଆନ୍ଦୋଳନ କରିଛନ୍ତି ଏହି ସଂଗଠନ । ଏହାସହିତ ରାଷ୍ଟ୍ରାୟତ ଉଦ୍ୟୋଗର ଘରୋଇକରଣ ବନ୍ଦ କରିବା, ବେକାରଙ୍କୁ କର୍ମ ନିଯୁକ୍ତି ଯୋଗାଇଦେବା ଦାବିରେ ଦେଶବ୍ୟାପୀ ଆନ୍ଦୋଳନ କରୁଛି ସିଟୁ ଶ୍ରମିକ ସଂଗଠନ ।