Sunstar Tv
MSP Rate: ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝି । ତାଙ୍କ ସରକାରର ଏହା ପ୍ରଥମ ବଜେଟ ହୋଇଥିବାରୁ ଏହା ତାଙ୍କ ପାଇଁ ଆନନ୍ଦ ଓ ଗୌରବର ବିଷୟ ବୋଲି ସେ କହିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ତାଙ୍କ ସରକାର ଗରିବ, ମହିଳା, କୃଷକ ଓ ଯୁବପିଢି ସମାଜର ୪ ବର୍ଗଙ୍କ ଉପରେ ସର୍ବାଧିକ ଗୁରୁତ୍ବ ପ୍ରଦାନ କରିଛନ୍ତି ।
ଆଜି ବଜେଟରେ ରାଜ୍ୟର ଚାଷୀଙ୍କୁ ବଡ଼ ଉପହାର ଦେଲେ ମୋହନ ସରକାର। ବଢ଼ାଇଲେ ଧାନର MSP।
ରାଜ୍ୟରେ ଧାନ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କାରେ କିଣାଯିବ। ସମୃଦ୍ଧ କୃଷକ ଯୋଜନା ଅନ୍ତର୍ଗତ ୫୦୦୦ କୋଟି ଟଙ୍କାର ବ୍ୟୟବରାଦ।
ରାଜ୍ୟରେ କୃଷି କ୍ଷେତ୍ର ପାଇଁ ବଜେଟରେ ୩୩ ହଜାର ୯୧୯ କୋଟି ଟଙ୍କା ବ୍ୟୟବରାଦ। ଗତବର୍ଷ କୃଷି ପାଇଁ ୨୪ ହଜାର ୮୨୯ କୋଟି ଟଙ୍କା ଥିଲା।
ସରକାର ଗଠନ ପରେ ପ୍ରଥମ କ୍ୟାବିନେଟ ବୈଠକରେ ଶ୍ରୀମନ୍ଦିର ପାଇଁ ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ ପାଇଁ ନିଷ୍ପତ୍ତି ହୋଇଥିଲା।
ଏହାକୁ ନେଇ ବଜେଟରେ ବ୍ୟୟବରାଦ କରାଯାଇଛି। ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ମୋଟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ରାଜ୍ୟ ବଜେଟ ଉପସ୍ଥାପିତ। ୨୦୨୩-୨୪ ତୁଳନାରେ ଚଳିତ ବଜେଟ ପରିମାଣ ୧୫ ପ୍ରତିଶତ ଅଧିକ।