Sunstar TV
ସନଷ୍ଟାର ଟିଭି ବ୍ୟୁରୋ : ଭିଜିଲାନ୍ସ ଜାଲରେ ପଡିଲେ ସରକାରୀ ବାବୁ । ମତ୍ସ୍ୟ ବିଭାଗର ଉପ ନିର୍ଦ୍ଦେଶକ ବସନ୍ତ କୁମାର ଦାସ ସରକାରୀ ପାଣ୍ଠିର ଅପବ୍ୟବହାର କରି ଫସିଛନ୍ତି। ଶ୍ରୀ ଦାସଙ୍କର ୫ଟି ସ୍ଥାନରେ ଥିବା ଘର ଭିଜିଲାନ୍ସ ଦ୍ୱାରା ଖୋଳତାଡ଼ ହୋଇଛି । ଅନୁସନ୍ଧାନରୁ ଜଣାପଡିଛି ଆର୍ଥିକ ବର୍ଷ ୨୦୨୪-୨୫ରେ ସରକାରୀ ଆକାଉଣ୍ଟରୁ ନିଜ ବ୍ୟକ୍ତିଗତ ଆକାଉଣ୍ଟକୁ ଦେଢ଼ କୋଟି ଟଙ୍କା ଟ୍ରାନ୍ସଫର କରାଯାଇଛି । ପୁରୀର ଏକ SBI ବ୍ୟାଙ୍କରେ ଥିବା ଆକାଉଣ୍ଟରେ ଏହି ଟଙ୍କା ଡିପୋଜିଟ ଓ ପରେ ଉଠାଯାଇଛି ।
ଆଜି ଅନୁସନ୍ଧାନ ପାଇଁ ଏକକାଳୀନ ବିଭିନ୍ନ ସ୍ଥାନରେ ଅପବ୍ୟବହୃତ ସମ୍ପତ୍ତି ଖୋଜା ଚାଲିଛି । ଏହି କାର୍ଯ୍ୟରେ ୫ଜଣ ଡିଏସପି , ୪ଜଣ ଇନ୍ସପେକ୍ଟର, ୯ ଜଣ ଏଏସଆଇ ଏବଂ ଅନ୍ୟ କର୍ମଚାରୀଙ୍କ ସହଯୋଗରେ ୫ଟି ଟିମ ନିୟୋଜିତ ଅଛନ୍ତି ।
ଶ୍ରୀ ଦାସଙ୍କର ଭୁବନେଶ୍ୱରର ଶାସନ ପଡିଆ, କେଉଟ ସାହି, ଓଲଡ ଟାଉନ, ମହତାବ ରୋଡ଼ରେ ଥିବା ଭଡା ଘର, ପୁରୀ ତୋଟା ମହାବୀର ସାହିର ୩୦ ନମ୍ବର ୱାର୍ଡରେ ଥିବା ଘର, ପୁରୀ ନିକଟ ପିଲିପିଲା ଠାରେ ଅବସ୍ଥିତ ଫାର୍ମ ହାଉସ୍ , ଭଦ୍ରକର ଗୋବିନ୍ଦପୁର ନିକଟସ୍ଥ ନାଇକାଣ୍ଡିହିରେ ଅବସ୍ଥିତ ଗାଁ ଘର, କଟକ ଠାରେ ଅବସ୍ଥିତ ଓଡିଶାର ମତ୍ସ୍ୟ ବିଭାଗରେ ଥିବା ଶ୍ରୀ ବସନ୍ତ କୁମାର ଦାଶଙ୍କ ଅଫିସ୍ ଚାମ୍ବର । ଉକ୍ତ ୫ଟି ସ୍ଥାନରେ ଭିଜିଲାନ୍ସ ଛାନଭିନ ଜାରି ରଖିଛି । ତେବେ ଏହି ସମ୍ପର୍କରେ ଓଡ଼ିଶା ଭିଜିଲାନ୍ସ ମତ୍ସ୍ୟ ବିଭାଗର ଉପ ନିର୍ଦ୍ଦେଶକ ବସନ୍ତ କୁମାର ଦାସଙ୍କ ନାମରେ ମାମଲା ରୁଜ୍ଜୁ କରିଛି । ଏହା ସହ ଅଧିକ ତଦନ୍ତ ଜାରି ରହିଛି ।