SunstarTV
ପୁଣି ଡରାଇଲା ନିପା ଭାଇରସ୍। କେରଳର ଥିରୁଅନନ୍ତପୁରମରେ ଜଣେ ୧୪ ବର୍ଷୀୟ ବାଳକ ନିପା ଭାଇରସ୍ ରେ ସଂକ୍ରମଣ ହୋଇଥିବା ଚିହ୍ନଟ କରାଯାଇଛି। ତେବେ ବାଳକ ଜଣକ କାହା ସଂସ୍ପର୍ଶରେ ଆସିଛନ୍ତି, ସେ ନେଇ କଣ୍ଟାକ୍ଟ ଟ୍ରେସିଂ ଚାଲିଛି। ଏହା ସହିତ ଆକ୍ରାନ୍ତ ଚିହ୍ନଟ ଅଞ୍ଚଳର ୩ କିମି ମଧ୍ୟରେ ସତର୍କ ରହିବାକୁ ପରାମର୍ଶ ଜାରି କରାଯାଇଛି । ସେପଟେ ଏହି ଭାଇରସ ଚିହ୍ନଟ ପରେ ମାଲାପୁରମବାସୀଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛି ପ୍ରଶାସନ। ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ନିପା ଭାଇରସ ବିସ୍ତାରକୁ ରୋକିବା ପାଇଁ ପଦକ୍ଷେପ ନିଆଯିବ।
ସୂଚନାମୁତାବକ ଶନିବାର ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ବାଳକର ସ୍ଵାସ୍ଥ୍ୟବସ୍ଥା ସ୍ଥିର ରହିଛି। ଏହି ଘଟଣା ପରେ କେରଳ ସ୍ଵାସ୍ଥ୍ୟମନ୍ତ୍ରୀ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତିର ସମୀକ୍ଷା କରିଛନ୍ତି।
କିଭଳି ଏ ସଂକ୍ରମଣରୁ ନିଜକୁ ରକ୍ଷା କରିବେ
ସର୍ବସାଧାରଣ ସ୍ଥାନରେ ବାହାରକୁ ଯିବାବେଳେ ସମସ୍ତେ ମାସ୍କ ପିନ୍ଧିବା ଉଚିତ୍ |
ଅନାବଶ୍ୟକ ଭାବରେ ଡାକ୍ତରଖାନା ଯିବା ଠାରୁ ଦୂରେଇ ରୁହନ୍ତୁ |
ଯୋଗାଯୋଗ ତାଲିକାରେ ଅନ୍ତର୍ଭୁକ୍ତ ଲୋକଙ୍କୁ ଅଲଗା କରାଯିବା ଉଚିତ୍ |