SunstarTV
ଆସନ୍ତା ୨୨ରୁ ସଂସଦର ମୌସୁମୀ ଅଧିବେଶନ। ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଡକାଯାଇଛି ସର୍ବଦଳୀୟ ବୈଠକ। ମୌସୁମୀ ଅଧିବେଶନ କେଉଁ ଭଳି ସୁରୁଖୁର ହେବ, ଗୃହ ପରିଚାଳନା କିଭଳି ସୁରୁଖରୁରେ ହେବ ଏହା ବିଷୟରେ ଆଲୋଚନା କରାଯିବ। ତେବେ ସର୍ବଦଳୀୟ ବୈଠକରେ କଂଗ୍ରେସ ତରଫରୁ ଗୌରବ ଗୋଗୋଇ ଏବଂ ପ୍ରମୋଦ ତିଓ୍ବାରୀ ସାମିଲ ହେବେ ବୋଲି ସୂଚନା ମିଳିଛି।
ବୈଠକ ପୂର୍ବରୁ ସାଂସଦମାନଙ୍କୁ କୁହାଯାଇଛି ଯେ, ଗୃହର ଅଧ୍ୟକ୍ଷଙ୍କ ନିଷ୍ପତ୍ତି ଉପରେ ଗୃହ ଭିତରେ କିମ୍ବା ବାହାରେ ପ୍ରତ୍ୟକ୍ଷ ବା ପରୋକ୍ଷ ରୂପେ କୌଣସି ଆଲୋଚନା କରାଯିବା ଉଚିତ ନୁହେଁ। ଗୃହରେ କୌଣସି ସଦସ୍ୟ ବନ୍ଦେ ମାତରଂ ଏବଂ ଜୟ ହିନ୍ଦ ସ୍ଳୋଗାନ ଦେବେ ନାହିଁ। ଗୃହ ମଧ୍ୟଭାଗକୁ ଆସି ବିକ୍ଷୋଭ କରିବେ ନାହିଁ।
ଯାହା ସୂଚନା ରହିଛି ଅଧିବେଶନରେ ବିପର୍ଯ୍ୟୟ ପରିଚାଳନା ଆଇନର ସଂଶୋଧନ ସମେତ ୬ଟି ନୂଆ ବିଲ୍ ଆସିବ। ଚଳିତ ଅଧିବେଶନରେ ଆର୍ଥିକ ବିଲ୍, ଭାରତୀୟ ବାୟୁଯାନ ବିଧେୟକ, ବଏଲର୍ସ ବିଲ୍, କଫି ପ୍ରମୋସନ ଓ ବିକାଶ ବିଲ୍, ରବର ପ୍ରମୋସନ ଓ ବିକାଶ ବିଲ୍ ଆଗତ ହେବ ବୋଲି ସୂଚନା ମିଳିଛି। ଆସନ୍ତା ୨୩ରେ କେନ୍ଦ୍ର ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହି ଅଧିବେଶନ ଆସନ୍ତା ୧୨ ଅଗଷ୍ଟ ଯାଏ ଚାଲିବ।