Sunstar Tv
Excess Drinking Water : ଆପଣ ନିଶ୍ଚୟ ଶୁଣିଥିବେ ଯେ ସମସ୍ତେ ପ୍ରତିଦିନ ୨ ରୁ ୩ ଲିଟର ପାଣି ପିଇବା ଉଚିତ୍, ବିଶେଷକରି କରୋନା ଭାଇରସ ମହାମାରୀରୁ ରକ୍ଷା ପାଇଁ, ଲୋକମାନେ ପୂର୍ବ ଅପେକ୍ଷା ଅଧିକ ପାଣି ପିଇ ନିଜକୁ ହାଇଡ୍ରେଟ୍ ରଖୁଛନ୍ତି, କିନ୍ତୁ ଅଧିକ ପାଣି ପିଇବା ମଧ୍ୟ କ୍ଷତିକାରକ ହୋଇପାରେ ।
ସାଧାରଣତଃ ଦେଖାଯାଏ ଯେ ଲୋକଙ୍କ ମନରେ ପାଣି ସହ ଜଡିତ ଅନେକ ଭୁଲ ବୁଝାମଣା ରହିଛି, ଯେଉଁଥିପାଇଁ ସେମାନଙ୍କୁ କ୍ଷତି ସହିବାକୁ ପଡିଥାଏ । ତେବେ ଚାଲନ୍ତୁ ଜାଣିବା ପାଣି ସମ୍ବନ୍ଧୀୟ ବିଶେଷ କଥା ।
ସାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ଜଣେ ବ୍ୟକ୍ତି ତାଙ୍କର ତୃଷା ଅନୁସାରେ ପାଣି ପିଇବା ଉଚିତ୍, ତୃଷାର୍ତ୍ତ ବିନା ପାଣି ପିଇବା ଦ୍ୱାରା ଆପଣଙ୍କୁ ଅନେକ ସମସ୍ୟା ହୋଇପାରେ ।
କ୍ଷୀର, କମଳା ରସ, ଏବଂ ଓଆରଏସ୍ ତୁଳନାରେ ସାଧା ପାଣିର ହାଇଡ୍ରେସନ୍ ଇଣ୍ଡେକ୍ସ ଯଥେଷ୍ଟ କମ୍ ଅଟେ । ବାସ୍ତବରେ, ହାଇଡ୍ରେସନ୍ ଇଣ୍ଡେକ୍ସର ଅର୍ଥ ହେଉଛି ପାଣି କିମ୍ବା ତରଳ ପଦାର୍ଥ ପିଇବା ପରେ ଏହା ଶରୀରରେ କେତେ ସମୟ ରହିଥାଏ ।
ଯଦି ପାଣି ପିଇବାର ୧ ଘଣ୍ଟା ମଧ୍ୟରେ ଆପଣଙ୍କର ପରିସ୍ରା ନିର୍ଗତ ହୁଏ, ତେବେ ଏହାର ଅର୍ଥ ହେଉଛି ଯେ ଆପଣଙ୍କ ଶରୀରରେ ପାଣି ରହୁନାହିଁ । ନୂତନ ବୈଜ୍ଞାନିକ ତଥ୍ୟ ଅନୁଯାୟୀ ସାଧା ପାଣି ଶରୀରରେ ରହେ ନାହିଁ ଏବଂ ଶୀଘ୍ର ବାହାରକୁ ବାହାରିଯାଏ । ତେଣୁ ସାଧା ପାଣି ବଦଳରେ ନଡ଼ିଆ ପାଣି, ଲେମ୍ବୁ ପାଣି, ଜୁସ୍ ଇତ୍ୟାଦିକୁ ଅଧିକ ପିଇବା ଉଚିତ୍ ।
ଅଧିକ ପାଣି ଆପଣଙ୍କ କିଡନୀରେ ଫୁଲା ହୋଇପାରେ । ଏହା ବ୍ୟତୀତ, ଶୋଷ ନକରି ପାଣି ପିଇବା ଆପଣଙ୍କ ଧାନକୁ ଆହୁରି ଖରାପ କରିଥାଏ, ନିଦ କମିବା ଆରମ୍ଭ କରେ ଏବଂ ବେଳେବେଳେ କିଡନୀ ନଷ୍ଟ ହେବାର ସମ୍ଭାବନା ଥାଏ ।
ଅତ୍ୟଧିକ ଜଳ ହାଇପୋଟେରୋମିଆ ସୃଷ୍ଟି କରିପାରେ ଯେଉଁଥରେ ଶରୀରରେ ଥିବା ଲୁଣ ସ୍ତର କମିଯାଏ ଏବଂ ମସ୍ତିଷ୍କ ପ୍ରଦାହ ହୋଇଯାଏ । ଅତ୍ୟଧିକ ପାଣି ରକ୍ତଚାପ ବଢାଇ ଥାଏ, ହୃତପିଣ୍ଡ ଠିକ ଭାବରେ କାର୍ଯ୍ୟ କରିପାରେ ନାହିଁ ।