Sunstar Tv
Kedarnath Temple: ଦିଲ୍ଲୀର ବୁରାଡୀରେ କଦୋରନାଥ ମନ୍ଦିର କରାଯିବାକୁ ନେଇ ଦେଶରେ ଅନେକ ସ୍ଥାନରେ ବିରୋଧ ହେଉଛି । ବର୍ତ୍ତମାନ ଜ୍ୟୋର୍ତିମଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ଏନେଇ ବଡ଼ ଅଭିଯୋଗ ଲଗାଇଛନ୍ତି ।
ସେ କହିଛନ୍ତି ଯେ, ଉତ୍ତରାଖଣ୍ଡ କେଦାରନାଥରେ ସୁନା ଦୁର୍ନୀତି ହୋଇଛି, ଏହି ପ୍ରସଙ୍ଗକୁ କାହିଁକି ଉଠାଯାଉନି ? ସେ ପଚାରିଛନ୍ତି, ସେଠାରେ ଦୁର୍ନୀତି କରିବା ପରେ ବର୍ତ୍ତମାନ ଦିଲ୍ଲୀର କେଦାରନାଥ ମନ୍ଦିର ନିର୍ମାଣ କରାଯିବ । ପୁଣିଥରେ ଅନ୍ୟ ଏକ ଦୁର୍ନୀତି ହେବ ।
ସେ ଆହୁରି କହିଛନ୍ତି ଯେ, କେଦାରନାଥ ରୁ ୨୨୮ କିଲୋ ସୁନା ଗାୟବ କରାଯାଇଛି । ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ଯାଞ୍ଚ କରାଯାଇନାହିଁ । ଏଥିପାଇଁ କିଏ ଦାୟୀ । ଏବେ ଦିଲ୍ଲୀରେ କେଦାରନାଥ ନିର୍ମାଣ କରାଯିବ, ଏପରି ହୋଇପାରିବନାହିଁ ।
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପଚରାଯାଇଥିବା ପ୍ରଶ୍ନ ଉପରେ ସେ କହିଛନ୍ତି ଯେ, ସେ ମୋ ପାଖକୁ ଆସିଥିଲେ ଏବଂ ପ୍ରମାଣ ମଧ୍ୟ କରିଥିଲେ । ଆମର ଯେଉଁ ନିୟମ ରହିଛି ଆମେ ତାଙ୍କୁ ଆଶୀର୍ବାଦ ଦେଲୁ ।
ସେ ଆମର ଅଳ୍ପ ଶତ୍ରୁ, ଆମେ ତାଙ୍କର ହିତକାରୀ, ସର୍ବଦା ତାଙ୍କର ହିତ ଚାହୁଁଛୁ । ଯେତେବେଳେ ତାଙ୍କର କୌଣସି ଭୁଲ ହୋଇଥାଏ ଆମେ ତାକୁ ନେଇ କହୁଛୁ ।
ରିଲାଏନ୍ସ ଇଣ୍ଡଷ୍ଟ୍ରୀର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ପରେ ଆୟୋଜିତ ଶୁଭ ଆଶୀର୍ବାଦ ସେରିମନିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଥିଲେ । ସେଠାରେ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ଉପସ୍ଥିତ ଥିଲେ ।
ମୋଦି ଅନନ୍ତ-ରାଧିକାଙ୍କୁ ଆଶୀର୍ବାଦ ଦେବା ପରେ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ପାଖକୁ ଯାଇ ଆଶୀର୍ବାଦ ନେଇଥିଲେ ।
ଏହି ସମୟରେ ମୋଦିଙ୍କ ସହିତ କଥା ହୋଇ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ । ସେ କହିଥିଲେ କି, କ’ଣ ପାଇଁ କେଦାରନାଥ ଧାମ ନାମରେ ଦିଲ୍ଲୀରେ ମନ୍ଦିର ନିର୍ମାଣ କରିବାର ଆବଶ୍ୟକତା କ୩ଣ । ଏହାଦ୍ୱାରା କେଦାରନାଥ ଧାମର ଗରିମା ଏବଂ ମହତ୍ତ୍ୱ କମ୍ ହେବ ।