ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ଗାଡ଼ି ଚାଳକଙ୍କ ପାଇଁ ଆଣିଛି ନୂଆ ନିୟମ । ଗାଡ଼ି ଆଗରେ ଥିବା ଯାତ୍ରୀ ସିଟ୍ ପାଇଁ ଏୟାରବ୍ୟାଗ ଲଗାଇବାକୁ ବାଧ୍ୟତାମୂଳକ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ଯାନବାହାନରେ ସୁରକ୍ଷା ବୈଶିଷ୍ଟ୍ୟ ସହିତ ଅଟୋମୋବାଇଲ୍ ଇଣ୍ଡଷ୍ଟ୍ରି ଷ୍ଟାଣ୍ଡାର୍ଡ (ଏଆଇଏସ୍)କୁ ସଂଶୋଧନ କରିବା ପାଇଁ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଏକ ଚିଠା ବିଜ୍ଞପ୍ତିରେ ପ୍ରକାଶ ପାଇଛି । ଏହି ନୂତନ ପ୍ରସ୍ତାବ ଅନୁଯାୟୀ ଦେଶର ସମସ୍ତ କାରରେ ଯାତ୍ରୀ ସିଟ୍ ପାଇଁ ଏୟାରବ୍ୟାଗ ବାଧ୍ୟତାମୂଳକ କରାଯିବା ଆବଶ୍ୟକ। ଆଉ ଏହାର କାର୍ଯ୍ୟାନ୍ଵୟନ ପାଇଁ ସମୟସୀମା ହେଉଛି ନୂତନ ମଡେଲଗୁଡିକ ପାଇଁ ୧ ଏପ୍ରିଲ ୨୦୨୧ ଏବଂ ପ୍ରଚଳିତ ମଡେଲଗୁଡିକ ପାଇଁ ୧ ଜୁନ୍ ୨୦୨୧। ପ୍ରକାଶିତ ବଜ୍ଞପ୍ତିରେ କୁହାଯାଇଛି, ‘ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ଆକ୍ଟ ଅଧୀନରେ ସଂପୃକ୍ତ ବ୍ୟୁରୋ ଅଫ୍ ଇଣ୍ଡିଆ ଷ୍ଟାଣ୍ଡାର୍ଡସ୍ (ବିଏସ୍) ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସଂଶୋଧିତ ହେବା ପର୍ଯ୍ୟନ୍ତ ଏଭଳି ଏୟାରବ୍ୟାଗ ଆବଶ୍ୟକ ହେବ।