SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ବଲିଉଡ ଜଗତରୁ ପ୍ରତ୍ୟେକ ଦିନ କିଛି ନା କିଛି ଖବର ସାମ୍ନାକୁ ଆସୁଛି । କେତେବେଳେ ଷ୍ଟାର କିଡମାନଙ୍କ ପାର୍ଟିର ଫଟୋ ଭାଇରାଲ ହେଉଛି ତ ଆଉ କେତେବେଳେ ସେଲିବ୍ରିଟି ମାନଙ୍କ ବିବାହ ଖବର । ପୁଣି କେତେବେଳେ ସେମାନଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚା ହେଉଛି । ତେବେ ଏହିପରି ଖବର ପୂର୍ବରୁ ଅନେକ ଥର ସାମ୍ନାକୁ ଆସିଥିବା ବେଳେ ବର୍ତ୍ତମାନ ମଧ୍ୟ ସେହିପରି ଏକ ଖବର ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ତେବେ ଏହି ଖବର ସାମ୍ନାକୁ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଏବଂ କଥାଟିକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ।
ତେବେ ମିଳିଥିବା ମିଡିଆ ରିପୋର୍ଟ ଅନୁଯାୟୀ, ବଲିଉଡର ବହୁ ଚର୍ଚ୍ଚିତ ଯୋଡି ଅଭିଷେକ ଓ ଐଶ୍ୱର୍ଯ୍ୟା ପରସ୍ପର ଠାରୁ ଅଲଗା ହେବାକୁ ଯାଉଛନ୍ତି । ଯାହାକି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ତେବେ ପୂର୍ବରୁ ମଧ୍ୟ ଅନେକ ଥର ସେମାନଙ୍କ ଅଲଗା ହେବା ଖବର ସାମ୍ନାକୁ ଆସିଥିଲା । ଯାହାକୁ ନେଇ ଆଜି ଯାଏଁ ମୁହଁ ଖୋଲି ନାହାନ୍ତି ପତିପତ୍ନୀ । ତେବେ ପୁଣି ଥରେ ସେମାନଙ୍କ ବୈବାହିକ ଜୀବନରେ କିଛି ଠିକ୍ ଚାଲିନଥିବା ଶୁଣିବାକୁ ମିଳୁଛି । ଯାହାକି ବର୍ତ୍ତମାନ ସୋସିଆଲ ମିଡିଆର ସେନସେସନ ପାଲଟିଛି । ତେବେ ଅଭିଷେକ ଏବଂ ଐଶ୍ୱର୍ଯ୍ୟା ପରସ୍ପର ଠାରୁ ଛାଡପତ୍ର ନବାର ଗୁଜବ ମଧ୍ୟ ଚର୍ଚ୍ଚା ହେଉଛି । ଯାହାକୁ ଅଧିକ ଖୋରାକ ଯୋଗାଉଛି ଅନନ୍ତ ଅମ୍ବାନୀଙ୍କ ବିବାହ ସମୟରେ ଭାଇରାଲ ହେଉଥିବା ଭିଡିଓ । ଏହି ଭିଡିଓରେ ଅଭିଷେକ ଏବଂ ଐଶ୍ୱର୍ଯ୍ୟା ଅଲଗା ଆସୁଥିବା ଦେଖିବାକୁ ମିଳିଛି ।
View this post on Instagram
ଗତକାଲି ଭାରତର ପ୍ରଥମ ଧନୀ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ ହୋଇଛି । ଯେଉଁଥିରେ ଦେଶ ଏବଂ ଦେଶ ବାହାରୁ ବିଶିଷ୍ଟ ବ୍ୟକ୍ତି ଆସି ସାମିଲ ହେବା ସହ କରିଥିଲେ ଗ୍ରାଣ୍ଡ ସେଲିବ୍ରେସନ । ଯେଉଁଥିରେ ସାମିଲ ଥିଲେ ବଚ୍ଚନ ପରିବାର । ତେବେ ଅମିତାଭ ବଚ୍ଚନ ଏବଂ ତାଙ୍କ ପୁରା ପରିବାର ଅନ୍ତ ରାଧିକାଙ୍କ ବିବାହରେ ଆସିବା ସହ ନବ ଦମ୍ପତ୍ତିଙ୍କୁ କରିଥିଲେ ଆଶୀର୍ବାଦ ।ଏହି ବିବାହ ସମାରୋହରେ ପୁରା ବଚ୍ଚନ ପରିବାର ଟ୍ରାଡିସିଲ୍ ପୋଷାକ ପିନ୍ଧିଥିବା ନଜର ଆସିଥିଲେ । କିନ୍ତୁ ଅମିତାଭଙ୍କ ପରିବାରରେ ସାମିଲ ନଥିଲେ ବହୁ ଐଶ୍ୱର୍ଯ୍ୟା ଏବଂ ନାତୁଣି ଆରାଧ୍ୟା । ଯାହାର ଭିଡିଓ ଏବେ ମୋବାଇଲୁ ମେ।।ଇଲକୁ ଘୂରି ବୁଲୁଛି । ଯେଉଁଠି ଅମିତାଭ, ଜୟା, ପୁଅ ଅଭିଷେକ , ଝିଅ ଶ୍ୱେତା ଏବଂ ତାଙ୍କ ପରିବାର ନଜର ଆସିଥିଲେ । କିନ୍ତୁ ଐଶ୍ୱର୍ଯ୍ୟା ଏବଂ ତାଙ୍କ ଝିଅ ଆରାଧ୍ୟା ପରିବାର ସହ ନୁହଁ ବରଂ ବିବାହ ଉତ୍ସବକୁ ଏକାକି ଆସିଥିଲେ । ତେବେ ଏହି କଥା ପ୍ରକୃତରେ କେତେ ସତ କେତେ ନିଶ ସକ । ଯାହାକୁ ଦେଖିବା ପରେ ନେଟିଜେନ୍ସ କହିଲେଣି କଣ ପରିବାରର କିଛି ଠିକ୍ ଚାଲିନି । ବୋଧହୁଏ ଅଭିଷେକ-ଐଶ୍ୱର୍ୟ୍ୟା ଅଲଗା ହେବାକୁ ଯାଉଛନ୍ତି ।
View this post on Instagram