SUNSTARTV
ସନଷ୍ଟାରଟିଭି ବ୍ୟୁରୋ : ପ୍ରକୃତି ଯେବେ ତାର ତାଣ୍ଡବ ଲିଳା ରଚିଛି ସେ ସବୁକିଛି ଉଜାଡି ଦେଇଛି । ନା ଧନି ଗରିବ ଦେଖିଛି ନା ବଡ ସାନର ତାରତମ୍ୟ ରଖିଛି । ତା ଆଗରେ ଯିଏ ବି ପଡିଛି ତାକୁ ତାର ଏହି ତାଣ୍ଡବରେ ଧ୍ୱଂସ ବିଧ୍ୱଂସ କରି ଦେଇଛି । କେତେବେଳେ ବନ୍ୟା ରୂପରେ ସେ ତାର କରାଳ ରୂପ ଦେଖାଇଛି ତ ଆଉ କେତେବେଳେ ଭୂସ୍ଖଳନ ରୂପରେ ବଡ ବଡ କୋଠାକୁ ଧାରାସାୟୀ କରାଇଛି । ତେବେ ପୂର୍ବରୁ ଏପରି ଅନେକ ଘଟଣା ସାମ୍ନାକୁ ଆସିଥିବା ବେଳେ ବର୍ତ୍ତମାନ ନେପାଳରୁ ମଧ୍ୟ ସେହିପରି ଏକ ଖବର ସାମ୍ନାକୁ ଆସିଛି । ଯାହାକୁ ଦେଖିଲେ ଆପଣଙ୍କ ହୃଦୟ ଥରି ଉଠିବ ।
ତେବେ ନେପାଳରେ ହୋଇଛି ଏକ ଭୟଙ୍କର ଭୂସ୍ଖଳନ । ଫଳରେ ଏହି ଭୂସ୍ଖଳନ କାରଣରୁ ନଦୀରେ ଭାସି ଯାଇଛି ଦୁଇଟି ବସ୍ । ତେବେ ପ୍ରକୃତି ଆଗରେ ହାର ମାନିଛି ଏହି ବୁଦ୍ଧିମାନ ମଣିଷ । ୨ ଟି ବସରେ ଡ୍ରାଇଭର ସମେତ ୬୩ ଜଣ ଯାତ୍ରୀ ଥିବା ଜଣାପଡିିଛି । ଯେଉଁମନଙ୍କର ଏ ଯାଏଁ ପତ୍ତା ମିଳିପାରୁ ନାହିଁ । ତେବେ ଏହି ଭୂସ୍ଖଳନଟି ନାରାୟଣଗଡ଼-ମୁଗଲିନ ରୋଡ୍ ସେକ୍ସନରେ ଘଟିଛି । ରାତି ପ୍ରାୟ ସାଢ଼େ ୩ଟାରେ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଛି । ନେପାଳର ରାଜଧାନୀ କାଠମାଣ୍ଡୁ ଯାଉଥିବାବେଳେ ଆଞ୍ଜେଲ ଏବଂ ଗଣପତି ଡିଲକ୍ସ ନାମକ ଦୁଇଟି ବସ ତ୍ରଶୂଳୀ ନଦୀରେ ଭାସି ଯାଇଛି । ଗୋଟିଏ ବସରେ ୨୪ ଏବଂ ଅନ୍ୟ ଏକ ବସରେ ୪୧ ଯାତ୍ରୀ ରହିଥିଲେ ।
ତେବେ ଏହି ବସରୁ ୨ ଜଣ ଯାତ୍ରୀ ଡେଇଁବାରେ ସଫଳ ହେବା ସହ ନିଜ ଜୀବନ ବଞ୍ଚାଇ ପାରିଛନ୍ତି । କିନ୍ତୁ ବାସରେ ଥିବା ବାକି ୬୩ ଜଣଙ୍କର କୌଣସି ଅତ୍ତା ପତ୍ତା ମିଳିପାରୁ ନାହିଁ । ସେପଟେ ବର୍ଷା ପ୍ରକୋପ ଅଧିକ ରହିଥିବାରୁ ଉଦ୍ଧାର କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହୋଇଛି । ତେବେ ଘଟଣାରେ ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କଲ ଦହାଲ ଦୁଃଖ ପ୍ରକାଶ କରିଛନ୍ତି । ଏହାସହ ସର୍ଚ୍ଚ ଅପରେସନ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
65 people are believed missing after a landslide swept 2 buses on the Madan-Ashrit Highway in Central Nepal into the #TrishuliRiver. Search & rescue operations are underway, but continuous rain and blocked routes due to #landslides are making the efforts difficult. #Nepal pic.twitter.com/5Z3KXbPs0B
— sudhakar (@naidusudhakar) July 12, 2024