SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଓଡିଶାରେ ବିଜେପି ସରକାର ଆସିବା ପରେ ଗୋଟିଏ ପରେ ଗୋଟିଏ ଯୋଜନା ଉପରେ ହେଉଛି ଆଲୋଚନା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା କରିବା ସହ ନେଉଛନ୍ତି ନିଷ୍ପତ୍ତି । କେତେବେଳେ ଏହା ରାଜ୍ୟବାସୀଙ୍କୁ ଖୁସି କରାଉଛି ତ ଆଉ କେତେବେଳେ ଏହା ସାଧାରଣ ଜନତାଙ୍କୁ ଚିନ୍ତାରେ ପକାଉଛି । ତେବେ ବିଜେପି ସରକାର ପୂର୍ବରୁ ଏହିପରି କିଛି ପଦକ୍ଷେପ ନେଇଥିବା ବେଳେ ବର୍ତ୍ତମାନ ରାସନ କାର୍ଡକୁ ନେଇ ଆସିଛି ଏକ ବଡ ଖବର । ଯାହା କିଛି ଜନତାଙ୍କୁ ଖୁସି କରିଥିବା ବେଳେ ଆଉ କିଛିଙ୍କୁ ଚିନ୍ତାରେ ପକାଇଛି । ତେବେ ନୂଆ ସରକାର ସମୟରେ ରାସନକାର୍ଡ କ୍ଷେତ୍ରରେ କିଛି ପରିବର୍ତ୍ତନ ହେବାକୁ ଯାଉଛି । ଏହାକୁ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।
ତେବେ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ଲକ୍ଷ ଲକ୍ଷ ମିଛ ଓ ଜାଲ୍ ରାସନ କାର୍ଡ ହୀତାଧିକାରୀ ରହିଥିବା ଜଣାପଡିଛି । ଏପରିକି ବର୍ତ୍ତମାନ ଶୁଦ୍ଧା ପ୍ରାୟ ୨୫ ଲକ୍ଷ ଭୂତ ହୀତାଧିକାରୀ ଚିହ୍ନଟ ହୋଇଛନ୍ତି । ଫଳରେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାସନ କାର୍ଡ କ୍ଷେତ୍ରରେ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି । ତେବେ ଏହି ଜାଲ ରାସନ କାର୍ଡଧାରୀଙ୍କ ସଂଖ୍ୟା ଆଗକୁ ଆହୁରି ହଢିପାରେ ବୋଲି ମଧ୍ୟ ଆକଳନ କରାଯାଉଛି । ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର । ସେ କହିଛନ୍ତି ରାଜ୍ୟରେ ବହତ ଭୂତ ରାସନ କାର୍ଡ ହୀତାଧିକାରୀ ରହିଛନ୍ତି । ସେଥିମଧ୍ୟରୁ ପ୍ରାୟ ୨୫ ଲକ୍ଷ ହୀତାଧିକାରୀଙ୍କୁ ଚିହ୍ନଟ କରାଗଲାଣି ଏବଂ ଏହି କାର୍ଯ୍ୟ ଏବେ ମଧ୍ୟ ଜାରି ରହିଛି ।
ତେବେ ଚଳିତମାସ ଶେଷ ଶୁଦ୍ଧା ଏହି ଫେକ୍ ହୀତାଧିକାରୀଙ୍କ ଚିହ୍ନଟ ଶେଷ ହେବ । ଏନେଇ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯିବା ସହ ସବୁ ଜିଲ୍ଲାରେ ଏହି ଫଲ୍ସ ରାସକାର୍ଡ ରହିଥିବା କହିଛନ୍ତି ମନ୍ତ୍ରୀ । ତେବେ ଏହି ମିଛ କାର୍ଡଧାରୀଙ୍କୁ ବାହାର କରାଯାଇ ସେଥିରେ ନୂଆ ନାଁ ଯୋଡାଯିବ । ଏଥିସହିତ ସଠିକ୍ ହୀତଧିକାରୀଙ୍କୁ ରାସନ କାର୍ଡ ମିଳିବ । ଯାହା ୨୪ ବର୍ଷ ମଧ୍ୟରେ ହୋଇ ନଥିଲା ତାହା ଏବେ ହେବାକୁ ଯାଉଛି ବୋଲି ସଧାରଣରେ ଚର୍ଚ୍ଚା ହେଉଛି । ତେବେ ୧୦୦ ଦିନ ଭିତରେ ରାସନକାର୍ଡରେ ନୂା ହୀତାଧିକରୀଙ୍କ ନାଁ ସାମିଲ ହେବ ବୋଲି ମନ୍ତ୍ରୀ ଗଣମାଧ୍ୟମରେ ସୂଚନା ଦେଇଛନ୍ତି । ଯାହକୁ ନେଇ ବର୍ତ୍ତମାନ ରାଜ୍ୟରେ ଚହଳ ସୃଷ୍ଟି ହୋଇଛି । ତେବେ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଆଗାମୀ ଦିନରେ ଏହି ନୂଆ ରାସନକାର୍ଡ ସବୁ ଜିଲ୍ଲାରେ ନିଜ ନିର୍ବାଚନ ମଣ୍ଡଳୀରେ ବିଧାୟକ ଏବଂ ମନ୍ତ୍ରୀମାନେ ବାଣ୍ଟିବେ । କୌଣସି ଡିଲର କିମ୍ବା ସରପଞ୍ଚଙ୍କ ଅଧିନରେ ଏହି କାର୍ଯ୍ୟ ହେବ ନାହିଁ ।