Sunstar TV :
ବିଶ୍ବକୁ ଘାରିଛି ଜନସଂଖ୍ୟା ବୃଦ୍ଧି ଚିନ୍ତା । ୨୦୫୦ ସୁଦ୍ଧା ଟପିବ ୧୦୦୦ କୋଟି ବୋଲି ଆକଳନ କରାଯାଇଛି । ଆଉ ଏହାକୁ ନେଇ ଏବେ ଚିନ୍ତାରେ ପଡିଛି ପୁରା ବିଶ୍ୱ । କାରଣ ଏବେ ଦିନକୁ ଦିନ ଜମସଂଖ୍ୟା କମିବା ପରିବର୍ତ୍ତେ ବଢିବାରେ ଲାଗିଛି । ତେବେ ଜନସାଧାରଣଙ୍କୁ ଏହି ବିଷୟରେ ଅବଗତ କରାଇବା ପାଇଁ ପ୍ରତିବର୍ଷ ଜୁଲାଇ ୧୧ ତାରିଖରେ ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରାଯାଏ । ଏହି ଦିନ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ବାର୍ତ୍ତା ମାଧ୍ୟମରେ ବଢୁଥିବା ଜନସଂଖ୍ୟା ପ୍ରତି ଲୋକଙ୍କ ଦୃଷ୍ଟି ଆକର୍ଷଣ କରାଯାଏ ।
ଭାରତ ସମେତ ସମଗ୍ର ବିଶ୍ୱରେ ପ୍ରତି ୧୦ ବର୍ଷରେ ସରକାରଙ୍କ ଦ୍ୱାରା ଜନଗଣନା କରାଯାଇଥାଏ । ତେବେ ଚଳିତ ଦିବସ କେଉଁ ଥିମରେ ପାଳନ କରାଯାଉଛି ଏବଂ ଭାରତରେ ବର୍ତ୍ତମାନ ଜନସଂଖ୍ୟା ସ୍ଥିତି କେତେ ରହିଛି ସେ ବିଷୟରେ ନଜର ପକାନ୍ତୁ । ବିଂଶ ଶତାବ୍ଦୀର ମଧ୍ୟଭାଗରୁ ବିଶ୍ୱର ଜନସଂଖ୍ୟା ତିନିଗୁଣରୁ ଅଧିକ ହୋଇଛି । ମିଳିତ ଜାତିସଂଘ ଅନୁଯାୟୀ, ନଭେମ୍ବର ୨୦୨୨ ମଧ୍ୟଭାଗରେ ପୃଥିବୀରେ ୮ ବିଲିୟନ ଲୋକ ରହିବେ । ଯାହା ୧୯୫୦ ମସିହାରେ ୨.୫ ବିଲିୟନରୁ ଅଧିକ ଥିଲା ।
୨୦୧୦ ଠାରୁ ଏହି ସଂଖ୍ୟା ଏକ ବିଲିୟନ ଏବଂ ୧୯୯୮ ଠାରୁ ଦୁଇ ବିଲିୟନ ବୃଦ୍ଧି ପାଇଛି । ଆଗାମୀ ୩୦ ବର୍ଷରେ, ପୃଥିବୀରେ ଦୁଇ ବିଲିଅନ୍ ଜନସଂଖ୍ୟା ବୃଦ୍ଧି ପାଇବ ବୋଲି କୁହାଯାଉଛି । ୨୦୮୦ ଦଶକ ମଧ୍ୟ ଭାଗରେ ଜନସଂଖ୍ୟା ୧୦.୪ ବିଲିୟନରେ ପହଞ୍ଚିବ ଏବଂ ୨୦୫୦ରେ ୯.୭ ବିଲିୟନରେ ପହଞ୍ଚିବ ବୋଲି ଆକଳନ କରାଯାଇଛି । ତେବେ ଭାରତ ହେଉଛି ବିଶ୍ୱର ସବୁଠୁ ଅଧିକ ଜନବହୁଳ ଦେଶ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି ।