ସନ୍ଷ୍ଟାର ଟିଭି ବ୍ୟୁରୋ
ଛତ୍ରପୁର : ଆସୁଛି ନୂଆ ବର୍ଷ, କୋଭିଡ କଟକଣା ଭିତରେ ଏବେ ରାଜ୍ୟର ସମସ୍ତ ପର୍ଯ୍ୟଟନ ସ୍ଥଳୀକୁ ଖୋଲା ଯାଉଛି । ନୂଆ ବର୍ଷରେ ଗୋପାଳପୁର ସମୁଦ୍ରତଟରେ ପ୍ରବଳ ଗହଳି ହେବା ଅନୁମାନ ନେଇ ଆସନ୍ତା ଡିସେମ୍ବର ୩୧ ଓ ଜାନୁଆରୀ ୧ ତାରିଖରେ ଗୋପାଳପୁର ସମୁଦ୍ରକୂଳ ସର୍ବସାଧାରଣଙ୍କ ସକାଶେ ବନ୍ଦ ରହିବ । ଭିଡକୁ ଏଡାଇବା ପାଇଁ ସୋମବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏନେଇ ସୂଚନା ଦେଇଛନ୍ତି । କରୋନା ମହାମାରୀ ସଂକ୍ରମଣ ଏ ଯାଏ ସମ୍ପୁର୍ଣ୍ଣ ଭାବେ କମି ନ ଥିବା ବେଳେ ବ୍ରିଟେନ୍ରୁ ଆସିଥିବା କରୋନାର ଷ୍ଟ୍ରେନକୁ ନେଇ ରାଜ୍ୟ ସରକାର ଚିନ୍ତା ପ୍ରକଟ କରିଛନ୍ତି । ତେଣୁ ସଂକ୍ରମଣକୁ ଆଖି ଆଗରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।