SunstarTV
ମୃତ୍ୟୁ ଏମିତି ବି ଆସେ ଏ କଥା କହିବା କାହାରି ହାତରେ ନାହିଁ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଜଗନ୍ନାଥଙ୍କ ଭଜନ ଗାଉଥିବାବେଳେ ଚାଲିଗଲା ଅତିରିକ୍ତ ଜିଲ୍ଲାପାଳଙ୍କ ଜୀବନ। ମହାପ୍ରଭୁଙ୍କ ଭଜନ ଗାଉଥିବା ସମୟରେ ଟଳିପଡ଼ିଲେ ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର ଦାସ । ଭକତ ବିଦୁର ଶାଗ ଭଜା ନେଇ ଗୀତ ଗାଉଥିବାବେଳେ ସେ ହଠାତ ଟଳିପଡ଼ିଥିଲେ । ବୁଧବାର ରାତିରେ ପାରଳାଖେମୁଣ୍ଡି ବୃନ୍ଦାବନ ପ୍ୟାଲେସରେ ପ୍ରଶାସନିକ ଅଧିକାରୀମାନେ ଏକ ନୈଶ୍ୟ ଭୋଜିର ଆୟୋଜନ କରିଥିଲେ।
ଏହି ଅବସରରେ ଚାଲିଥିବା ସଭାରେ ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର ଦାସ ମହାପ୍ରଭୁଙ୍କ ଭଜନ ଗାଉଥିବାବେଳେ ହଠାତ ଟଳିପଡିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ପରେ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦୁଃଖ ପ୍ରକାଶ କରିଛନ୍ତି। ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ବିରେନ୍ଦ୍ର କୁମାର ଦାସଙ୍କ ଅକାଳ ବିୟୋଗ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ଵର୍ଗତ ଦାସ ଜଣେ ନିଷ୍ଠାପର, ଦାୟିତ୍ଵ ସମ୍ପନ୍ନ ଅଧିକାରୀ ଭାବେ ଜନସାଧାରଣଙ୍କ ହିତ ପାଇଁ ସର୍ବଦା କର୍ମରତ ଥିଲେ। ଉଚ୍ଚକୋଟୀର ପ୍ରଶାସନିକ ଦକ୍ଷତା ପାଇଁ ସେ ସବୁମହଲ ରେ ପ୍ରଶଂସିତ ଥିଲେ। ତାଙ୍କ ବିୟୋଗରେ ରାଜ୍ୟ ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀଙ୍କୁ ହରାଇଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଦାସଙ୍କ ଅମର ଆତ୍ମା ର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।