SunstarTV
ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ ବସିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି କ୍ୟାବିନେଟ୍ ବୈଠକ ବସିଥଲା । ବୈଠକ ପରେ ଲୋକସେବା ଭବନ ସ୍ଥିତ କନଭେନସନ୍ ସେଣ୍ଟରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ପକ୍ଷରୁ କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦିଆଯାଇଛି ।
ସୂଚନା ମୁତାବକ ଏହି ବୈଠକରେ ୫ ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏଥିରେ ସର୍ବନିମ୍ନ ମଜୁରୀ ନିୟମ ସଂଶୋଧନ କରାଯାଇଛି ଏହାକୁ ବୃଦ୍ଧି କରାଯାଇଛି। ଅଣକୁଶଳୀ,ଅର୍ଦ୍ଧକୁଶଲି,କୁଶଳୀ , ଉଚ୍ଚ କୁଶଳୀଙ୍କ ମଜୁରୀ ବୃଦ୍ଧି କରାଯାଇଛି। କଳା,ସାହିତ୍ୟ, ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ସ୍ଵତନ୍ତ୍ର କର୍ପସ୍ ଫଣ୍ଡ କରାଯିବ। ୨୦୦ କୋଟି ରଖାଯାଇଛି। ଓଡ଼ିଆ ଅସ୍ମିତା ଭବନ, ବାଲି ଯାତ୍ରଙ୍କୁ ଆନ୍ତର୍ଜାତୀୟ ମାନ୍ୟତା ପାଇଁ କରାଯିବ । ପ୍ରୟାସ,ଜାତୀୟ ଓ ଅନ୍ତର୍ଜାତୀୟ ବିଶ୍ବ ବିଦ୍ୟାଳୟରେ ଓଡିଆ ଚେୟାର ପ୍ରସ୍ତିଷ୍ଠା ଭଳି ପଦକ୍ଷେପ ନିଆଯିବ। ବିଭାଗ ଗାଇଡଲାଇନ ପ୍ରସ୍ତୁତ କରିବ। ବିଶେଷଜ୍ଞଙ୍କୁ ନେଇ ଏକ କମିଟି ଗଠନ କରାଯିବ ଏବଂ ଆବଶ୍ୟକ ସ୍ଥଳେ ଅର୍ଥ ବଢାଯିବ ।୨୦୬୫ ଅଚଳ ଉଠାଜଳସେଚନ ପ୍ରକଳ୍ପକୁ ଜଳସେଚନ କରାଯିବ। ୧୦ ହଜାରରୁ ଅଧିକ ସଚଳ ପ୍ରକଳ୍ପ କୁ ଅଧିକ ସୁଦୃଢ଼ କରାଯାଇ ୨ ଲକ୍ଷ ୨୬ ହଜାର ହେକ୍ଟର ଜମିକୁ ଜଳସେଚନ କରାଯିବ। ଆସନ୍ତା ୫ ବର୍ଷ ମଧ୍ୟରେ ୧ ହଜାର ୪୪ କୋଟି ବିନିଯୋଗ ହେବ।
ପ୍ରଧାନମନ୍ତ୍ରୀ କିଶନ ଯୋଜନାରୁ ବଞ୍ଚିତ ଯୋଗ୍ୟ ଚାଷୀଙ୍କୁ ସାମିଲ୍ କରାଯିବ। ରାଜ୍ୟର ସମସ୍ତ କୃଷକ୍ ପରିବାରକୁ ବିବେଚନା କରାଯିବ। ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯିବ। ମଧ୍ଯ, ବୃହତ୍ ଓ ସହରାଞ୍ଚଳ କୃଷକ ବାଦ୍ ପଡ଼ିଥିଲେ ସେମାନଙ୍କୁ ସାମିଲ କରାଯିବ।
ଏହାପୂର୍ବରୁ ଜୁନ୍ ୧୨ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ତାଙ୍କ ମନ୍ତ୍ରିମଣ୍ତଳ ଶପଥ ନେଇଥିଲେ । ଶପଥ ଗ୍ରହଣ ଦିନ ହିଁ ସନ୍ଧ୍ୟାରେ ପ୍ରଥମ କ୍ୟାବିନେଟ୍ ବୈଠକ ବସିଥିଲା । ବୈଠକରେ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା, ଶ୍ରୀମନ୍ଦିର ପାଇଁ କର୍ପସ୍ ପାଣ୍ଠି, ସୁଭଦ୍ରା ଯୋଜନା, କୃଷକ ପାଇଁ ଧାନ ଏମଏସପି ୩୧୦୦ ଟଙ୍କା କରିବା ପ୍ରସ୍ତାବକୁ ଅନୁମୋଦନ ମିଳିଥିଲା ।