SunstarTV
ଗତକାଲି ପୁରୀରେ ପହଣ୍ଡି ସମୟରେ ଯେଉଁ ଅଘଟଣ ଘଟିଲା ତାହାକୁ ନେଇଁ ପ୍ରତିକ୍ରିୟା ଦେଇଛନ୍ତି ମେୟର ସୁଲୋଚନା ଦାସ । ଏହା ସହିତ ଏହି ଅକ୍ଷମଣୀୟ ତ୍ରୁଟିକୁ ନେଇ ମହାପ୍ରଭୁଙ୍କ ଇଚ୍ଛା କହିବା କୋଟି କୋଟି ଶ୍ରଦ୍ଧାଳୁଙ୍କ ମନରେ ଆଘାତ ଦେଇଛି ବୋଲି ସହ କହିଛନ୍ତି। ଏହି ଘଟଣା ସାଢେ଼ ୪ କୋଟି ଓଡିଆଙ୍କ ସମେତ ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି। ଯେଉଁଭଳି ଭାବେ ବଡ ଠାକୁର ପଡିଗଲେ ତାକୁ ନେଇ ସମସ୍ତେ ବ୍ୟଥିତ, ମର୍ମାହତ, ଲଜ୍ଜିତ।
ଏଭଳି ଅଭାବନୀୟ ଘଟଣା, ଲଜ୍ଜା ଜନକ ଘଟଣାକୁ ନେଇ ଆଇନ ମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ମନ୍ତବ୍ୟକୁ ନେଇ ସମସ୍ତେ ଦୁଃଖିତ। ଏହା ଠାକୁରଙ୍କ ଇଚ୍ଛା କହିବା ଅତ୍ୟନ୍ତ ଦୁଃଖଦାୟକ। ଆଜି ଠାରୁ ନୀଳାଦ୍ରି ବିଜେ ଯାଏଁ ଠାକୁରଙ୍କ ନୀତିକାନ୍ତି କେମିତି ଶୃଙ୍ଖଳିତ ହେବ ତାହା ସରକାରଙ୍କ ପ୍ରଥମ ଦାୟିତ୍ଵ ହେଉ ବୋଲି ସୁଲୋଚନା କହିଛନ୍ତି। ଆମେ ସରକାରଙ୍କୁ ଅନୁରୋଧ କରୁଛୁ ସମ୍ପୂର୍ଣ୍ଣ ରଥଯାତ୍ରା କାର୍ଯ୍ୟ ଓ ନୀତି କିଭଳି ସୁଚାରୁ ରୂପେ ହେବ ସେଥିପ୍ରତି ଧ୍ୟାନ ଦିଅନ୍ତୁ।
ସୂଚନା ମୁତାବକ ଆଡପ ପହଣ୍ଡି ବେଳେ ଚାରମାଳରେ ପ୍ରଭୁ ଶ୍ରୀବଳଭଦ୍ର ପଡିଯିବା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ଭୁବନେଶ୍ୱର ମେୟର ତଥା ବିଜେଡି ନେତ୍ରୀ ସୁଲୋଚନା ଦାସ କହିଛନ୍ତି, ଗତକାଲି ପୁରୀରେ ପହଣ୍ଡି ସମୟରେ ଯେଉଁ ଅଘଟଣ ଘଟିଲା ତାହା ସାଢେ଼ ୪ କୋଟି ଓଡିଆଙ୍କ ସମେତ ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି।
କିନ୍ତୁ ଏହା ଠାରୁ ଅଧିକ ଦୁଃଖଦାୟକ ହେଉଛି ଏଭଳି ଅଭାବନୀୟ ଘଟଣାକୁ ନେଇ ଉପମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀଙ୍କ ବକ୍ତବ୍ୟ । ରଥଯାତ୍ରାରେ ଯେପରି ଆଉ କୌଣସି ସମସ୍ୟା ବା ବିଭ୍ରାଟ ଦେଖାନଦିଏ ସେଥିପାଇଁ ସମସ୍ତେ ସହଯୋଗ କରନ୍ତୁ ବୋଲି ଅନୁରୋଧ କରିଛନ୍ତି ସୁଲୋଚନା ଦାସ ।