SunstarTV
ମୌସୁମୀର ଆଗମନରେ ଉତ୍ତରପ୍ରଦେଶର ଲୋକଙ୍କ ଉପରେ ବର୍ଷା ଆରମ୍ଭ ହୋଇଯାଇଛି। ବୁଧବାର ପ୍ରବଳ ବର୍ଷା ହେତୁ ବଦ୍ରିନାଥ ରାଜପଥରେ ପାତାଳ ଗଙ୍ଗା ନିକଟ ପର୍ବତରେ ଭୂସ୍ଖଳନ ହେତୁ ପରିସ୍ଥିତି ବହୁତ ଜଟିଳ ହୋଇପଡିଛି। ଏହି ଭୂସ୍ଖଳନର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଚାମୋଲି ପୋଲିସ ମଧ୍ୟ ଏହି ଭିଡିଓ ସେୟାର କରି ଘଟଣା ସମ୍ପର୍କରେ ସୂଚନା ଦେଇଛି। ଏକ ଉଚ୍ଚ ପର୍ବତରୁ ବିରାଟ ପଥର ପଡୁଥିବା ଦେଖି ନିକଟସ୍ଥ ଲୋକମାନେ ନିଜ ଜୀବନ ରକ୍ଷା କରିବା ପାଇଁ ଏକ ସୁରକ୍ଷିତ ସ୍ଥାନକୁ ଦୌଡ଼ି ପଳାଇଥିଲେ |
𝐑𝐨𝐚𝐝 𝐔𝐩𝐝𝐚𝐭𝐞 𝐓𝐢𝐦𝐞 𝟏𝟐:𝟏𝟓 𝐏𝐌
बद्रीनाथ राष्ट्रीय राजमार्ग पर पातालगंगा लंगसी टनल के पास पहाडी से भूस्खलन होने के कारण सड़क मार्ग अवरुद्ध हो गया है। pic.twitter.com/mymN544uYe
— Chamoli Police Uttarakhand (@chamolipolice) July 10, 2024
ଦୁର୍ଘଟଣାରେ ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର କୌଣସି ଖବର ନାହିଁ। କିନ୍ତୁ ଭିଡିଓଟିକୁ ଦେଖିଲେ ଛାତି ଥରି ଉଠୁଛି । ଯେପରି ପାହାଡ ଚୁଟିରୁ ପଥର ଖସିବା ପରେ କିଛି ସମୟ ଭିତରେ ପୂରା ପରିବେଶ ଧୁଳି ଧୂଆର ବାଦଲରେ ଖେଳି ଯାଇଛି । ଭିଡିଓଟିରେ ଯାହା ଦେଖିବାକୁ ମିଳୁଛି ଏଠାରେ ହୁଏତ କେହି ଲୋକ ଉପସ୍ଥିତ ନଥିଲେ । କିନ୍ତୁ ଏହାର କ୍ଷୟକ୍ଷତି ବିଷୟରେ ବର୍ତ୍ତମାନ ସୁଦ୍ଧା କିଛି ଅବଡେଟ୍ ଆସି ନାହିଁ । ତେବେ ଏହି ସ୍ଥାନରେ ଭୂସ୍କଳ ହେବା କେଉଁ ନୂଆ କଥା ନୁହେଁ । ପାହାଡିଆ ସ୍ଥାନ ହୋଇଥିବାରୁ ପ୍ରାୟ ଏଠାରେ ଏଭଳି ଭୂସ୍କଳ ହୋଇଥାଏ । କିଛି କିଛି ଭୂସ୍କଳନରେ ବହୁ ପ୍ରାଣହାନୀ ହେବାର ମଧ୍ୟ ସୂଚନା ମିଳିଥାଏ ।