SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଆଜିକାଲି ସଡକ ଦୁର୍ଘଟଣା ଏକ ସାଧାରଣ ଘଟଣା ହୋଇଗଲାଣି । ଦେଶ ଦେଉ କି ରାଜ୍ୟ ସବୁଠି ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଲାଗିଛି । କେଉଁଟି ଟ୍ରକ କେଉଁ କାରକୁ ଧକ୍କା ଦେଲାଣି ତ ଆଉ କେଉଁଠି ଅଟୋ ଏବଂ ବାଇକ୍ ମୁହାଁମୁହିଁ ଧକ୍କା ହେଲେଣି । ତେବେ ଏହିପରି ପୂର୍ବରୁ ଅନେକ ଘଟଣା ସାମ୍ନାକୁ ଆସିଥିବା ବେଳେ ବର୍ତ୍ତମାନ ସେହିପରି ଏକ ଭୟଙ୍କର ସଡକ ଦୁର୍ଘଟଣାର ଖବର ଆସିଛି । ଯାହାକି ସେହି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ତେବେ ମିଲିଥିବା ସୂଚନା ଅନୁଯାୟୀ ଉତ୍ତରପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡକ ଦୁର୍ଘଟଣା ହୋଇଛି । ଫଳରେ ଏଥିରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୯ ଜମ ଗୁରୁତର ଆହାତ ହୋଇଛି । ତେବେ ଗୁରୁତରମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ମୃତ ଦେହକୁୁ ମଧ୍ୟ ଉଦ୍ଧାର କରାଯାଉଛି । ଏହି ବସଟି ବିହାରରୁ ଦିଲ୍ଲୀ ଯାତ୍ରା କରୁଥିବା ବଳେ ଏପରି ଏକ ଅଘଟଣ ଘଟିଛି । ଯାତ୍ରୀବାହି ବସଟି ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ ୱେରେ ଏକ କ୍ଷୀର ଟ୍ୟାଙ୍କର ଉପରକୁ ମାଡ଼ି ଯାଇଛି । ସେ କ୍ଷୀର ଟ୍ୟାଙ୍କରଟିକୁ ଓଭରଟେକ୍ କରିବକୁ ଚେଷ୍ଟା କରୁଥିବା ବେଳେ ଏପରି ଏକ ଭୟଙ୍କର ଦୁଡର୍ଘଟଣାଁ ଘଟିଛି । ତେବେ ବସ ଡ୍ରାଇଭରର ଏପରି ଖାମଖିଆଲି ମନୋଭାବ ଏବଂ ବେପରୁଆ ଗାଡି ଚାଳନା ପାଇଁ ଆଜି ୧୮ ଜଣ ନିରିହ ଲୋକଙ୍କ ଜୀବନ ଚାଲିିଯାଇଥିବା ସାଧାରଣରେ ଚର୍ଚ୍ଚା ହେଉଛି ।
ତେବେ ଏହି ଦୁର୍ଘଟଣାର ଖବର ପାଇ ନିକଟସ୍ଥ ପୋଲିସ ଏବଂ ଅଗ୍ନିଶମ ବାହୀନି ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏଥିହିତ ଉଦ୍ଧାର କାର୍ଯ୍ୟ ମଧ୍ୟ ଜାରି ରହିଛି । ତେବେ ଏହି ଯାତ୍ରୀବାହି ବସରେ ଅଧିକାଂଶ ଶ୍ରମିକ ଯାତ୍ରା କରୁଥିବା ସୂଚନା ରହିଛି । ତେବେ ମୃତ୍ୟୁବରଣ କରିଥିବା ଯାତ୍ରୀଙ୍କୁ ଉଦ୍ଧାର କରାଯିବା ସହ ସେମାନଙ୍କ ଚିହ୍ନଟ ପ୍ରକ୍ରିୟା ମଧ୍ୟ ଅରମ୍ଭ ହୋଇଛି । ତେବେ ଏହି ଘଟଣାରେ ପୋଲିସ ଅଧକ ତଦନ୍ତ ଜାରି ରଖିଛି ।