ସନଷ୍ଟାରଟିଭି ବ୍ୟୁରୋ
ଭାରତର ଲୋକପ୍ରିୟ ଚାଟିଙ୍ଗ ଆପ୍ ଏବେ ଗ୍ରାହକଙ୍କ ପାଇଁ ଆଣୁଛି ଆଉଏକ ନୂଆ ଫିଚର । ଆଜିଠୁ ଦେଶରେ ହ୍ୱାଟ୍ସ ଆପ୍ ଜରିଆରେ ପଠାଇ ହେବ ଟଙ୍କା ।୨୦୧୮ରୁ ହ୍ୱାଟସ ଆପ୍ ୧ ମିଲିୟନରୁ ଅଧିକ ଲୋକଙ୍କୁ ନେଇ ଏହାକୁ ପରୀକ୍ଷା ମୂଳକ ଭାବେ ଆରମ୍ଭ କରିଥିଲା। ଏହାର ଦୀର୍ଘ ୨ ବର୍ଷ ପରେ ହ୍ୱାଟସ ଆପକୁ ଭାରତରେ ୟୁପିଆଇ ବେସ୍ଡ ପେମେଣ୍ଟ ଆରମ୍ଭ କରିବାକୁ ନ୍ୟାଶନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ(ଏନପିସିଆଇ) ଅନୁମତି ଦେଇଛି।
ହ୍ୱାଟସ ଆପ୍ ପେ’ ସଂପୂର୍ଣ୍ଣ ସୁରକ୍ଷିତ ଓ ସହଜ ବୋଲି ଏହାର ପ୍ରତିଷ୍ଠାତା ତଥା ଫେସବୁକର ସିଇଓ ମାର୍କ ଜୁକରବର୍ଗ କହିଛନ୍ତି। ହ୍ୱାଟସଆପ ୫ଟି ବ୍ୟାଙ୍କ ସହ ବର୍ତ୍ତମାନ ସ୍ଥିତିରେ ଚୁକ୍ତି କରିଛି। ସେଗୁଡ଼ିକ ହେଲା-ଆଇସିଆଇସିଆଇ, ଏଚଡିଏଫସି, ଆକ୍ସିସ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଓ ଜିଓ ପେମେଣ୍ଟସ ବ୍ୟାଙ୍କ।
ତେବେ ଭାରତର ଦଶଟି ଆଞ୍ଚଳିକ ଭାଷାରେ ହ୍ବାଟସଆପ ଆପ୍ ପେମେଣ୍ଟ ଉପଲବ୍ଧ ହେବ। ଯଦି ଆପଣଙ୍କର ହ୍ବାଟସଆପ ଆପ୍ ପୂର୍ବରୁ ଏକ ପେମେଣ୍ଟ ବିକଳ୍ପ ଅଛି, ତେବେ ଆପଣ ଏହାକୁ ବ୍ୟବହାର କରିପାରିବେ | ଯଦି ନୁହେଁ, ତେବେ ଆପଣ ହ୍ବାଟସଆପ ଆପ୍ ଅପଡେଟ୍ କରି ପେମେଣ୍ଟ ବିକଳ୍ପ ପାଇ ପାରିବେ | ହ୍ବାଟସଆପ ଆପ୍ ପେମେଣ୍ଟ ବ୍ୟବହାର କରିବା ପାଇଁ ଗ୍ରାହକଙ୍କ ପାଖରେ ଏକ ଡେବିଟ୍ କାର୍ଡ ରହିବା ଆବଶ୍ୟକ, ଯାହାକି ୟୁପିଆଇକୁ ସମର୍ଥନ କରେ ।