Sunstar TV :
ଏଣିକି ଓଲାକୁ ବାଟ ଦେଖାଇବନି ଗୁଗୁଲ । ନିଜ ବାଟ ନିଜେ କାଢିବ ଓଲା । ଏଥିପାଇଁ କ୍ୟାବ ଯୋଗାଣକାରୀ ସଂସ୍ଥା ଓଲା କ୍ୟାବସ ନିଜ ବ୍ୟବସାୟରେ ଗୁଗୁଲ ମ୍ୟାପ ବ୍ୟବହାରକୁ ସବୁଦିନ ପାଇଁ ବନ୍ଦ କରିଦେଇଥିବା ସୂଚନାରୁ ଜଣାପଡିଛି । ଏହି ଓଲା କମ୍ପାନୀ ଏବେ ଗୁଗୁଲ ମ୍ୟାପ ବଦଳରେ ନିଜସ୍ୱ ଓଲା ମ୍ୟାପ ବ୍ୟବହାର କରିବ । ଏନେଇ ଓଲା ସିଇଓ ଭାବିସ ଅଗ୍ରଓ୍ବାଲ ଘୋଷଣା କରିଛନ୍ତି । ବାର୍ଷିକ ଗୁଗୁଲ ମ୍ୟାପ ପାଇଁ କୁଆଡେ ଓଲା ୧୦୦ କୋଟି ଖର୍ଚ୍ଚ କରୁଥିବା ବେଳେ ଏବେ ବର୍ଷକୁ ୧୦୦ କୋଟି ଟଙ୍କାର ଲାଭ ହେବାକୁ ଯାଉଛି । ତେବେ ଏହାପୂର୍ବରୁ ଓଲା ମାଇକ୍ରୋସପ୍ଟର ୟୁଜ୍ୟୁର ପ୍ଲାଟଫର୍ମ ବ୍ୟବହାରକୁ ମଧ୍ୟ ବନ୍ଦ କରିଥିଲା ।
ଏନେଇ ଓଲା ସହପ୍ରତିଷ୍ଠାତା ଓ ଅଧ୍ୟକ୍ଷ ଭାବିଶ ଅଗ୍ରଓ୍ୱାଲ ଟ୍ୱିଟ କରିଛନ୍ତି ଲେଖିଛନ୍ତି, ” ଗତ ମାସରେ ୟୁଜ୍ୟୁର ବନ୍ଦ କରିବା ପରେ ଏବେ ଆମେ ଗୁଗୁଲ ମ୍ୟାପ୍ସର ବ୍ୟବହାର ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଛୁ । ଚଳିତ ମାସ ଠାରୁ ଆମ ନିଜସ୍ୱ ଆପ ଓଲା ବ୍ୟବହାର କରିବା ପରେ ଏକ୍ଷେତ୍ରରେ ଆଉ କୌଣସି ଖର୍ଚ୍ଚ ଦେବାକୁ ପଡିବନି । ଗୁଗୁଲ ମ୍ୟାପ ଉପରେ ଆମେ ବାର୍ଷିକ ୧୦୦ କୋଟି ଟଙ୍କା ଖର୍ଚ୍ଚ କରୁଥିଲୁ । “
ଦେଶ ଠୁ ନେଇ ରାଜ୍ୟ ସବୁଠାରେ ଅନଲାଇନ କ୍ୟାବ୍ ଯୋଗାଣକାରୀ ସଂସ୍ଥା ମଧ୍ୟରେ ଓଲା ବେଶ ଲୋକପ୍ରିୟ । ଓଲା ବାଇକ, କାର, ଅଟୋରେ ଗମନାଗମନ ସୁବିଧା ଯୋଗାଇଥାଏ । ତେବେ ସାଧାରଣ ଲୋକେ ଗୁଗୁଲ ମ୍ୟାପ୍ସକୁ ମାଗଣାରେ ବ୍ୟବହାର କରିପାରିବେ କିନ୍ତୁ ଓଲା ଭଳି କମ୍ପାନୀମାନେ ଗୁଗୁଲ ମ୍ୟାପର ଆପ୍ଲିକେସନ ପ୍ରୋଗ୍ରାମିଙ୍ଗ ଇଣ୍ଟରଫେସର ବ୍ୟବହାର କରିଥାନ୍ତି । ଯେଉଁଥିପାଇଁ ସେମାନଙ୍କୁ ଟଙ୍କା ଦେବାକୁ ପଡିଥାଏ । ତେବେ ବର୍ତ୍ତମାନ ଓଲା ନିଜର ମ୍ୟାପ ଆପ୍ସ ବ୍ୟବହାର କରିବାକୁ ନିଷ୍ପତି ନେଇଛି ।