SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଗତକାଲି ଏବଂ ଆଜି ଦୁଇ ଦିନ ଧରି ଚାଲିଛି ମହାବାହୁଙ୍କ ବଡ ଯାତ୍ରା ରଥ ଯାତ୍ରା । ଯାହାକୁ ନେଇ ସମସ୍ତଙ୍କ ଦ୍ରେ ରହିଛି ଆନଦ୍ ଉଲ୍ଲାସ । ମହାବାହୁଙ୍କୁ ଦର୍ଶନ କରିବା ପାଇଁ କାଇଁ କେତେ ଦୂରରୁ ଧାଇଁ ଆସୁଛନ୍ତି ଭକ୍ତ । ଫଳରେ ପୁରୀ ବଡ ତାଣ୍ଡ ଭକ୍ତ ସମୁଦ୍ର ପାଲଟିଛି । ଆଉ ରଥ ଉପରେ ବସି କାଳିଆ ତାର ଳିଳା କରୁଛି । ରତ୍ନ ବେଦୀ ଛାଡି ଆଦି ଜନ୍ମ ବେଦୀକୁ ଯାଉଛି କଳା ସାଆଁନ୍ତ , ଆଉ ସାଙ୍ଗରେ ଅଛି ଭାଇ ବଳଭଦ୍ର ଏବଂ ଗେହ୍ଲୀ ଭଉଣୀ ସୁଭଦ୍ରା । ଚତୁର୍ଦ୍ଧା ମୁର୍ତ୍ତିଙ୍କ ରଥ ଦଉଡିକୁ ଟିକେ ଚୁଇଁବା ପାଇଁ ଭକ୍ତ ମାନୁନି ଗହଳି । ତେବେ ଏହିସବୁ ଭିତରେ ଆସଛି ଏକ ଦୁଃଖଦ ଖବର । ଯାହାକି ମହାବାହୁଙ୍କ କ୍ଷେତ୍ରରେ ଘଟିଛି ।
ତେବେ ମିଳିଥିବା ସବଚନା ଅନୁଯାୟୀ ଗକତାଲି ରଥ ଟଣାରେ ଚାଲିଯାଇଛି ଜଣେ ଭକ୍ତର ଜୀବନ । କାଳିଆ ଆଖି ଆଗରେ ଜଣେ ଭକ୍ତ ସବୁଦିନ ପାଇଁ ଆଖି ବୁଢିଦେଇଛି । ତେବେ ରଥ ଯାତ୍ରା ଭିଡ ପାଇଁ ଦଳା ଚକଡାରେ ଜଣେ ଭକ୍ତଙ୍କ ମୃତ୍ୟୁ ହେଇଥିବା ଖବର ମିଳିଛି । ତେବେ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରବା ସହ ମୃତକଙ୍କ ପରିବାର ସହାୟତା ରାଶି ପ୍ରଦାନ କରିଛନ୍ତି । ତେବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଉକ୍ତ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । ଏଥି ସହିତ ଶୋକ ମୃତକଙ୍କ ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପାଇଁ ସମବେଦନା ପ୍ରକାଶ କରିଛନ୍ତି । ସେହିପରି ଆହତ ମାନଙ୍କୁ ବିନା ମୂଲ୍ୟରେ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।