ସନ୍ଷ୍ଟାର ଟିଭି ବ୍ୟୁରୋ
ଟଲିଉଡ୍ ଜଗତର ଲୋକପ୍ରିୟ ଅଭିନେତା ରାମ ଚରଣଙ୍କୁ କରୋନା । ରାମ ଚରଣ ନିଜେ ଟ୍ଵିଟ କରି ଏ ନେଇ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ ନିକଟରେ ସେ ତାଙ୍କ କୋଭିଡ୍ ପରୀକ୍ଷା କରାଇଥିଲେ । ଯାହାର ରିପୋର୍ଟ ପଜିଟିଭ୍ ଆସିଛି ନାହିଁ । ମୁଁ ଘରେ ହିଁ ନିଜକୁ କ୍ବାରେଣ୍ଟାଇନ୍ କରିଛି । ଆଶା କରୁଛି ଶୀଘ୍ର ଠିକ୍ ହୋଇଯିବି । ମୁଁ ସୁସ୍ଥ ହୋଇ ଫେରିବି ।
ସେ ଆଉ ମଧ୍ୟ ଲେଖିଛନ୍ତି ଯେ ସମସ୍ତଙ୍କୁ ଅନୁରୋଧ ଗତ କିଛି ଦିନ ମଧ୍ୟରେ ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ତାଙ୍କର ଟେଷ୍ଟ କରାଇଦିଅନ୍ତୁ । ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଖୁବ୍ ଶୀଘ୍ର ଦେବି ।
ଉଲ୍ଲେଖଯୋଗ୍ୟ ଯେ, ଖ୍ରୀଷ୍ଟମାସ ପୂର୍ବ ସନ୍ଧ୍ୟାରେ ରାମ ଚରଣ, ତାଙ୍କ ପତ୍ନୀ ଉପାସନା କାମିନେନି, ଅଲ୍ଲୁ ଅର୍ଜୁନ, ନିହାରିକା କୋନିଡେଲା ଏବଂ ତାଙ୍କ ସଂପର୍କୀୟ ଭାଇମାନେ ଏକାସଙ୍ଗେ ଉତ୍ସବ ପାଳନ କରିଥିଲେ ।
Request all that have been around me in the past couple of days to get tested.
More updates on my recovery soon. pic.twitter.com/lkZ86Z8lTF— Ram Charan (@AlwaysRamCharan) December 29, 2020