ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର; ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ କ୍ୟାବିନେଟ ବୈଠକରେ ସରକାରୀ ବିଦ୍ୟାଳୟର ମେଧାବୀ ଛାତ୍ରଛାତ୍ରୀମାନଙ୍କ ପାଇଁ ମେଡିକାଲ ଓ ଇଂଜିନିୟରିଂ ପ୍ରବେଶିକା ପରୀକ୍ଷାରେ ସ୍ଥାନ ସଂରକ୍ଷଣ ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିଲେ । ଏହି ଐତିହାସିକ ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବିଭିନ୍ନ ମହଲରୁ ସ୍ଵାଗତ କରାଯାଉଛି । ତେବେ ଏହି ଅବସସରେ ଉତ୍କଳ ବିଶ୍ଵବିଦ୍ୟାଳୟରେ ବିଜୁ ଛାତ୍ର ଜନତା ଦଳ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ହାତରେ ଫ୍ଲା କାର୍ଡ ଧରି ଛାତ୍ରଛାତ୍ରୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଏହି ଯୁଗାନ୍ତକାରୀ ପଦକ୍ଷେପକୁ ସ୍ୱାଗତ କରିବା ସହ କୃତଜ୍ଞତା ଜ୍ଞାପନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଶ୍ରୀ ରାଜେଶରାଜ ସ୍ୱାଇଁ , ବରିଷ୍ଠ ଉପସଭାପତି ସ୍ୱାଗତିକା ମହାନ୍ତି , ସାଧାରଣ ସମ୍ପାଦକ ଅରୂପ ଶ୍ରୀଚନ୍ଦନ, ସମ୍ପାଦକ ରଶ୍ମିରଞନ ପରିଡା , ସମ୍ପାଦିକା ଶୁଚିସ୍ମିତା ବେହେରା , ସମ୍ପାଦିକା ସିମରନ୍ ସିଂ ରାଜପୁତ ଏବଂ ଛାତ୍ର ନେତା ମନୋରଞନ ସ୍ୱାଇଁ , ବସନ୍ତ ଦାସ ,ସନ୍ତୋଷ ମାଝୀ , ବିକାଶ ସାହୁ , ଶଚ୍ଚିକାନ୍ତ ସାହୁ , ଶାସ୍ୱତୀ ମିଶ୍ର , ସୈାମ୍ୟ ରଞନ ଦାସ , ସୀତାକାନ୍ତ ମିଶ୍ର ସମେତ ଉତ୍କଳ ବିଶ୍ୱବିଦ୍ୟାଳୟର ଅନ୍ୟାନ୍ୟ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ।