SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ରାଜ୍ୟ ସରକାର ଓଡିଶା ଲୋକସଭା ଅଧିକାର ଅଧିନିୟମ ୨୦୧୨ରେ ସାମିଲ ହେବାକୁ ଯାଉଛିୁ ନଗର ଉନ୍ନୟନ ବିଭାଗ ଦ୍ୱାରା ପ୍ରଦାନ କରାଯାଉଥିବା ଆଉ ୫ଟି ସେବା । ଯାହାକୁ କାର୍ଯ୍ୟକାରୀ କରିବାକୁ ନେର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ତେବେ ପୂର୍ବରୁ ଏହି ଲୋକସଭା ଅଧିକାର ଆଇନ ଅଧିନିୟମରେ ଗୃହ ଏବଂ ନଗର ଉନ୍ନୟନ ବିଭାଗର ୨୬ ଟି ସେବାକୁ ଅନ୍ତର୍ଭୁକ୍ତ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ଏଥିରେ ଆଉ ୫ଟି ସେବାକୁ ପୁଣି ଅନ୍ତର୍ଭୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହିପରି ଭାବରେ ମୋଟ ୩୧ଟି ବିଭାଗର ୪୨୨ ଟି ସେବା ଉକ୍ତ ଅଧିନିୟମରେ ସାମିଲ ହୋଇଛି ।
ତେବେ ନୂଆ କରି ସାମିଲ ହୋଇଥିବା ୫ଟି ସେବା ହେଉଛି ବିଲଡିଂ ପ୍ଲାନର ପୁନଃବୈଧିକରଣ ଅନୁମତି, ପ୍ଲିନଥ ଅନୁମୋଦନ, ଟ୍ରେଡ ଲାଇସେନ୍ସ ପ୍ରୋଭିଜନାଲ ସାର୍ଟିଫିକେଟ, ଟ୍ରେଡ ଲାଇସେନ୍ସ ଫାଇନାଲ ସାର୍ଟିଫିକେଟ ଇତ୍ୟାଦି । ଯାହାକି ସାଧରଣ ଜନତାଙ୍କୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଏହି ସେବା ମିଳି ପରିବ । ବିଲଡିଂ ପ୍ଲାନର ପରିବର୍ତ୍ତନ ଓ ସଂଶୋଧନ ନିମନ୍ତେ ଅନୁମତି ମିଳିଥିବା ବେଳେ ଏହା ୧୫ରୁ ୩୦ ଦିନ ମଧ୍ୟରେ ମିଳିପାରିବ । ସେହିପରି ପୁନଃବୈଧିକରଣ ନିମନ୍ତେ ଅନୁମତି ୭ ଦିନରେ, ପ୍ଲିନଥ ଅନୁମୋଦନ ୭ ଦିନରେ, ଟ୍ରେଡ ଲାଇସେନ୍ସ ପ୍ରୋଭିଜନାଲ ସାର୍ଟିଫିକେଟ ୧ ଦିନରେ, ଟ୍ରେଡ ଲାଇସେନ୍ସ ଫାଇନାଲ ସାର୍ଟିଫିକେଟ ୯୦ ଦିନରେ ମିଳିପାରିବ । ଏହି ସବୁ ସେବାକୁ ଖୁବ୍ ଶୀଘ୍ର ବିଜ୍ଞାପିତ କରାଯାଇ ଜନସାଧାରଣଙ୍କୁ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଯୋଗାଇ ଦିଆଯିବ ବୋଲି କହିଛନ୍ତି ରାଜ୍ୟ ସରକାର ।