SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଚଳିତ ନିର୍ବାଚନରେ ବଦଳିଯାଇଛି ରାଜ୍ୟ ରାଜନୀତି । ଓଡିଶାରେ ଆରମ୍ଭ ହୋଇଛି ବିଜେପି ସରକାର । ଶ୍ରୀଯୁକ୍ତ ମୋହନ ଚରଣ ମାଝି ଓଡିଶାର ମୁଖ୍ୟମନ୍ତ୍ରୀ ହେବା ପରେ ବଦଳୁଛି ୨୪ ବର୍ଷ ସରକାରର ରୂପରେଖ । କିନ୍ତୁ ଏହିସବୁ ଭିତରେ ପ୍ରକୃତିକ ବିପର୍ଯ୍ୟୟକୁ ନେଇ ହୋଇଥିବା ବୈଠକ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । କାରଣ ମୋହନ ସରକାର ଏହି ବୈଠକରେ ବିଜେଡିର ରଣନୀତିକୁ ଆପଣାଇଥିବା ଆଲୋଚନା ହେଉଛି । ଏଥିସହିତ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁକରଣ କରୁଥିବା ମଧ୍ୟ ଶୁଣିବାରୁ ମିଳୁଛି ।
ତେବେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ଆପଣାଇଥିଲେ ଜିରୋ କାଜୁଆଲଟି ନୀତି । ଆଜି ସେହି ଜିରୋ କାଜୁଆଲଟି ନୀତିକୁ ଅନୁସରଣ କରିବ ନୂଆ ବିଜେପି ସରକାର । ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ୨୦୨୪ରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିସହ ଓଡ୍ରାଫ ୟୁନିଟ ବୃଦ୍ଧି, ବନ୍ୟା ନିୟନ୍ତ୍ରଣ ଓ ସାପ କାମୁଡ଼ା ମୃତ୍ୟୁ ରୋକିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି ।
୧୯୯୯ ମସିହାରେ ଯେତେବେଳେ ଓଡିଶାରେ କଂଗ୍ରେସ ସରକାର ଶାସନ ଚାଲିଥିଲା ସେହି ସମୟରେ ଓଡିଶାକୁ ଏକ ବିରାଟ ପ୍ରକୃତିକ ବିପର୍ଯ୍ୟୟର ସାମ୍ନା କରିବାକୁ ପଡିଥିଲା । ଯେଉଁଥିରେ ୧୦ ହଜାରରୁ ଅଧିକ ଲକଙ୍କ ମୃତ୍ୟୁ ହୋଇଥିବା ବେଳେ କହିଁ କେତେ ଧନ ଜୀବନ କ୍ଷତିଗ୍ରସ୍ତ ହୋଇଥିଲା ତାର ହିସାବ ନଥିଲା । ଏହାପରେ ଓଡିଶାରେ ଆରମ୍ଭ ହୋଇଥିଲା ବିଜେଡି ସରକାର । ନବୀନ ପଟ୍ଟନାୟକଙ୍କ ସମୟରେ ଓଡିଶା ଦେଖିଛି କେତେ ବତ୍ୟା ଆଉ ବନ୍ୟା । କିନ୍ତୁ ଏହି ପ୍ରକୃତିକ ବିପର୍ଯ୍ୟୟକୁ ସହାସ ଏବଂ ସଫଳତାର ସହ ସାମ୍ନା କରିଥିଲେ ନବୀନ ସରକାର । ପ୍ରତିଟି ଜୀବନ ମୁଲ୍ୟବାନର ନାରା ଦେଇ ଆରମ୍ଭ କରିଥିଲେ ଜିରୋ କାଜୁଆଲିଟି । ଯାହାକୁ ଆଜି ନୂଆ ବିଜେପି ସରକାର ମଧ୍ୟ ଆପଣାଇବାକୁ ନିଷ୍ପତ୍ତି ନେଇଛି ।
ତେବେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟାୟ କମିଟି ବୈଠକ ୨୦୨୪ର ଫୋକସରେ ରହିଥିଲା ଜିରୋ କାଜୁଆଲଟି ନୀତି । ଯେଉଁଥିରେ ଭବନେଶ୍ବର ମହାନଗର ନିଗମ ଅଞ୍ଚଳରେ ବନ୍ୟା ପରିଚାଳନା ପାଇଁ ୨୦୦ କୋଟି ଟଙ୍କାର ପ୍ରସ୍ତାବ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ଓଡ୍ରାଫର ୨୦ଟି ୟୁନିଟକୁ ବୃଦ୍ଧି କରାଯାଇ ୩୦ଟି ୟୁନିଟ୍ କରି ଏହାକୁ ଏକ ଉତ୍ସର୍ଗୀକୃତ ସଂସ୍ଥା ଭାବେ ବିକଶିତ କରାଯିବ । କଟକ-ଭୁବନେଶ୍ବର ସହିତ ଅନ୍ୟ ସହରାଞ୍ଚଳ ବନ୍ୟା ପରିଚାଳନା ପାଇଁ ଆଇଆଇଟି ଦିଲ୍ଲୀର ବୈଷୟିକ ସହାୟତାରେ ଦୀର୍ଘ ମିଆଦୀ ଯୋଜନା କରିବେ ରାଜ୍ୟ ସରକାର । ୩୯୪ କୋଟି ଟଙ୍କାରେ ଅଗ୍ନିଶମ ବିଭାଗର ଦକ୍ଷତା ବୃଦ୍ଧି କରାଯିବା ସହ ଅଧିକ ୨୦୦ କୋଟି ଟଙ୍କାର ବ୍ୟବସ୍ଥା ମଧ୍ଯ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଆକସ୍ମିକ ଦୁର୍ଘଟଣାର ମୁକାବିଲା ପାଇଁ ୫ଟି ରିଜିଓନାଲ ଫାୟାର ସର୍ଭିସ ହବ୍ କାର୍ଯ୍ୟକ୍ଷମ ହେବ । ରାଜ୍ୟ, ଜିଲ୍ଲା ଏବଂ ଅନ୍ୟାନ୍ୟ କାର୍ଯ୍ୟାଳୟରେ ୨୪ ଘଣ୍ଟା କଣ୍ଟ୍ରୋଲ ରୁମ୍ କାର୍ଯ୍ୟ କରିବ । ସାଧାରଣତଃ ବର୍ଷା ଦିନେ ସାପ କାମୁଡାର ଅଧିକ ସମ୍ଭାବନା ରହିଥିବାରୁ ସବୁ ହସ୍ପିଟାଲରେ ଆଣ୍ଟି ସ୍ନେକ୍ ଭେନମ୍ ଗଚ୍ଛିତ ରଖିବା ପାଇଁ ସ୍ବାସ୍ଥ୍ୟ ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ବର୍ତ୍ତମାନ ଆରମ୍ଭ ହୋଇଛି ବର୍ଷା ଦିନ । ସାରା ରାଜୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ପ୍ରଭାବ ଲାଗିରହିଛି । ତେୁଁ ଚଳିତ ବର୍ଷର ସମ୍ଭାବ୍ୟ ବାତ୍ୟାକୁ ନେଇ ଓଡିଶା ସରକାର ଏବେଠୁ ପ୍ରସ୍ତୁତ ହେଉଛନ୍ତି । ଏଥିସହିତ ଏବେଠାରୁ ଆସନ୍ତା ଅକ୍ଟୋବର ମାସ ଯାଏଁ ରାଜ୍ୟରେ ପ୍ରକୃତିକ ବିପ ର୍ଯ୍ୟର ସମ୍ଭାବନା ଅଧିକ ଥିବାକୁ ଏହି ସମୟକୁ ଅଧିକ ଗୁରୁତ୍ୱର ସହ ନିଆଯିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ ବିଜେଡି ସରକାର ସମୟରେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୁଲାଇରୁ ଅକ୍ଟୋବର ଯାଏଁ ପ୍ରତିଟି ମାସକୁ ଗୁରୁତର ସହ ନେବାସହ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରୁବାକୁ ସର୍ବଦା ପ୍ରସ୍ତୁତ ରହୁଥିଲେ । ଏଥିସହିତ ଜିରୋକାଜୁଆଲିଟିର ମଡେଲ ମଧ୍ୟ ପ୍ରସ୍ତୁତ କରୁଥିଲେ । ଯାହାକୁ ତାଙ୍କୁ ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ଦେବା ସହ ଅନ୍ୟ ରାଜ୍ୟମଧ୍ୟ ନବୀନଙ୍କ ଏହି ମଡେଲକୁ ଆପଣାଉଥିଲେ । ଯାହାକୁ ଏବେ ବିଜେପି ସରକାର ଆପଣାଇବାକୁ ଯାଉଛି ।