Sunstar Tv
Rahul Gandhi: ଉତ୍ତରପ୍ରଦେଶର ହାଥରସ୍ ଦଳାଚକଟା ଘଟଣାରେ ଏବେ ସୁଦ୍ଧା ୧୨୩ ଜଣଙ୍କ ଜୀବନ ଯାଇ ସାରିଲାଣି । ଏହି ଘଟଣାରେ ଅନେକ ପରିବାର ନଷ୍ଟ ହୋଇଯାଇଛି ।
ମୃତକଙ୍କ ବାଦ୍ ଦେଲେ ଅନେକ ଲୋକ ଆହତ ହୋଇ ବର୍ତ୍ତମାନ ସୁଦ୍ଧା ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ଏହି ପୂରା ମାମଲାରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଯୋଗୀ ସରକାର ।
ମାମଲାର ତଦନ୍ତ ପାଇଁ ପୋଲିସ ୭ଟି ଟିମ୍ ଗଠନ କରିଛି । ଏହି ଟିମ୍ ଏବେ ନାରାୟଣ ହରି ଓରଫ ଭୋଲେ ବାବାଙ୍କ ମୁଖ୍ୟ ସେବାଦାର ବେଦପ୍ରକାଶ ମଧୁକରଙ୍କୁ ଖୋଜୁଛି । ସେ ବର୍ତ୍ତମାନ ଫେରାର ଅଛନ୍ତି ।
ଆଉ ବର୍ତ୍ତମାନ ଏହି ଘଟଣାକୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି । ତାହା ହେଉଛି କଂଗ୍ରେସ ତୋ ତଥା ଲୋକ ସଭାର ବିରୋଧୀ ଦଳର ନେତା ରାହୁଲ ଗାନ୍ଧି ଉତ୍ତର ପ୍ରଦେଶର ହାଥରସ ଗସ୍ତ କରିବେ ।
ସେ ଏଠାରେ ସତସଙ୍ଗରେ ଘଟିଥିବା ଦଳାଚକଟାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ଭେଟିବେ । ଏହି ସୂଚନା ଦେଇଛନ୍ତି କଂଗ୍ରେସର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଳ । ଭେନୁଗୋପାଳ କହିଛନ୍ତି, ହାଥରସ୍ ଘଟଣା ଅତ୍ୟନ୍ତ ଦୁଃଖଦାୟକ । ରାହୁଲ ଗାନ୍ଧି ଶୁକ୍ରବାର ହାଥରସ୍ ପୀଡିତାଙ୍କ ପରିବାରକୁ ଭେଟିବେ ।