SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଦୀର୍ଘ ୧୭ ବର୍ଷପରେ ଭାରତକୁ ଫେରିଛି ଟି-୨୦ ବିଶ୍ୱକପ୍ । ଅଧିନାୟକ ରେହିତ ଶର୍ମା ହାତରେ ୱାର୍ଲକପ୍ ଧରି ଫେରିଛନ୍ତି ସ୍ୱଦେଶ । ଯାହାକୁ ଦେଖି ସମସ୍ତେ ଉତ୍ସାହିତ ହେବା ସହ ଦଳକୁ କରିଛନ୍ତି ଭବ୍ୟ ସ୍ୱାଗତ । ଖେଳାଳୀଙ୍କ ପରିବାର ସମେତ ଦର୍ଶକ ଏବଂ ସେମାନଙ୍କ ଫ୍ୟାନ୍ସମାନେ ତାଙ୍କୁ ଏୟାରପୋର୍ଟରେ ଅପେକ୍ଷା କରିଥିବା ସହ ତାଙ୍କ ଫେରିବା ବାଟକୁ ଚାହିଁବସିଥିଲେ, ଆଉ କରୁଥିଲେ ସ୍ୱାଗତର ପ୍ରସ୍ତୁତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାର ଲାଗିଛି । ତେବେ ଭାରତୀୟ କ୍ରିକେଟ୍ ଖେଳାଳିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଭେଟି ଅଭିନନ୍ଦନ ଜଣାଇଛନ୍ତି । ସେ ଆଜି ଦିନ ୧୧ ଟାରେ ରୋହିତ ସେନାକୁ ଭେଟିଥିବା ଦେଖିବାକୁ ମିଳିଛି । ଏହାବ୍ୟତୀତ ଆଜି ଅପରାହ୍ନ ୪ଟରେ ଚମ୍ପିଆନ୍ ଟିମ୍ ମୁମ୍ବାଇ ଯାତ୍ରା କରବ । ସେଠାରେ ଟିମ୍ ଇଣ୍ଡିଆର ଭିକ୍ଟ୍ରି ମାର୍ଚ୍ଚ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।
ସୂଚନା ଅନୁସରେ ଭାରତ ଟି ୨୦ ବିଶ୍ୱ କପ୍ ଜିତିବା ପରେ ୱେଷ୍ଟଇଣ୍ଡିଜର ବାର୍ବଡୋସରେ ଫଶି ରହିଥିଲା । ସେଠାରେ ସୃଷ୍ଟି ହୋଇଥିବା ଘୃର୍ଣ୍ଣିଂଝଡ କାରଣକୁ ଭାରତକୁ ଫେଇ ପାରିନଥିଲା ଦଳ । ଫଳରେ ଅଧାରେ ରହିଥିଲା ବିଜୟ ଉତ୍ସବ । ସମସ୍ତେ ରୋହିତ ସେନାଙ୍କୁ ଉତ୍କଣ୍ଠାର ସହ କରିଥିଲେ ଅପେକ୍ଷା । ବିସିସିଆଇର ସ୍ୱତନ୍ତ୍ର ବିମନରେ ଟମି୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏବଂ ଟମ୍ ଭାରତରେ ପହଞ୍ଚି ଛନ୍ତି । ଏହାପରେ ବିମାନବନ୍ଦରେ ହୋଇଥିଲା ସେଲିବ୍ରେସନ ଆଉ ଦଳକୁ କରାଯାଇଥିଲା ଭବ୍ୟ ସ୍ୱଗତ ।
୨୦୦୭ ଟି -୨୦ ବିଶ୍ୱ କପ୍ ପରେ ଭାରତ ପ୍ରତି ଥର ପରାଜୟର ସ୍ୱାଦ ଚାଖିଥିଲା । କେତେବେଳେ ଇଂଲଣ୍ଡ ପାଖରୁ ସେମି ଫିନାଲେ ହାରିଥିଲା ତ ଆଉ କେତେବେଳେ ସେ ଭଲ ପଦର୍ଶନ କରିପାରି ନଥିଲା । କିନ୍ତୁ ଚଳିତ ଥର ଭାରତ ତାର ଜଲୱା ଦେଖାଇଛି । ବିଶ୍ୱକପ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୭ ରନ୍ ରେ ମାତ୍ ଦେଇ ୧୭ ବର୍ଷପରେ ଟି -୨୦ ଚମ୍ପିଆନ୍ ହୋଇଛି ଚିମ୍ ଇଣ୍ଡିଆ । ତେବେ ଏହି ୱାର୍ଲ୍ଡକପ୍ ଜିତିବା ପରେ ଭାରତୀୟ ଦଳର ଅଧିନାୟକ ବିଶ୍ୱ କପ୍ କୁ ସମ୍ମାନ ଦେବା ସହ ବିଜୟ ଉତ୍ସବକୁ ମଧ୍ୟ ଅବସ୍ମରଣୀୟ କରିଥିଲେ । ତେବେ ୧୭ ବର୍ଷ ତଳେ ପ୍ରଥମ ଟି-୨୦ ବିଶ୍ୱକପ୍ ଜିତିଥିବା ମହେନ୍ଦ୍ର ସିଂ ଧୋନିଙ୍କ ଭାରତୀୟ ଦଳକୁ ଯେଉଁଭଳି ଭାବେ ସ୍ୱାଗତ କରାଯାଇଥିଲା, ଠିକ ସେହିପରି ରୋହିତଙ୍କ ନେତୃତ୍ୱାଧୀନ ଦଳକୁ ସ୍ୱାଗତ ସମ୍ବର୍ଦ୍ଧନା ଦିିଆଯାଉଛି । ଏହାପରେ ଆଜି ଅପରାହ୍ନରେ ମୁମ୍ବାଇର ମରୀନ୍ ଡ୍ରାଇଭରୁ ୱଙ୍ଖେଡେ ଷ୍ଟାଡିୟମ୍ ପର୍ଯ୍ୟନ୍ତ ବିଜୟ ଭିକ୍ଟ୍ରି ଅନୁଷ୍ଠିତ ହେବ ।