SunstarTV
ପୁଣି ଆଉ ଏକ ଲଘୁଚାପ। ଆଗାମୀ ୬ ତାରିଖରୁ ବଢ଼ିବ ବର୍ଷା। ଆଗାମୀ ୨୪ଘଣ୍ଟାରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ଼ରେ ପ୍ରବଳ ବର୍ଷା ହୋଇପାରେ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ। ଏହାସହ ଜୁଲାଇ ୭ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ମଧ୍ୟ ସୂଚନା ରହିଛି ।
ଲଘୁଚାପ ପାଇଁ ବର୍ଷାର ପରିମାଣ ବଢ଼ିବ ବୋଲି ଆଶା କରାଯାଉଛି।ଜୁଲାଇ ୪ ତାରିଖରେ ମଧ୍ୟମ ପରିମାଣର ବର୍ଷା ହେବ । ୬ ତାରିଖ ଯାଏ କିଛି କିଛି ସ୍ଥାନରେ ବର୍ଷା ହୋଇପାରେ। ୬ରୁ ୮ତାରିଖ ମଧ୍ୟରେ ମାଲକାନଗିରି, କୋରାପୁଟ, କେନ୍ଦୁଝର, ରାୟଗଡ଼ା ଓ ଗଜପତି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଆଜି ମଧ୍ୟ ରାଜଧାନୀରେ ସକାଳୁ ଝିପି ଝିପି ବର୍ଷା ଲାଗି ରହିଛି। କିଛି କିଛି ସ୍ଥାନରେ ବର୍ଷା ବଢ଼ିପାରେ ବୋଲି ମଧ୍ୟ ପାଣିପାଗ ସୂଚନା ଦେଇଛି ।